ଆଜି ଗଜପତି ଜିଲ୍ଲା ଗସ୍ତକରି ସ୍ଥିତି ସମୀକ୍ଷା କରିବେ ରାଜ୍ୟପାଳ

ଭୁବନେଶ୍ୱର : ଦୁଇଦିନିଆ ଗଞ୍ଜାମ ଗଜପତି ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ । ଆଜି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ସମୀକ୍ଷା କରିବେ । ଆସନ୍ତା କାଲି ଗଞ୍ଜାମର ବିଭିନ୍ନ ସ୍ଥାନ ବୁଲିବାର କାର୍ଯ୍ୟକ୍ରମ ରହିଛି । ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଂଚିବା ପରେ ଗଜପତି ଜିଲ୍ଲା ଯିବେ । ଗଜପତି ଜିଲ୍ଲାରେ ଆଜି ଗୋଶାଣୀ ବ୍ଲକ,ପାରଳାଖେମୁଣ୍ଡି,ବି ସୀତାପୁର, ଆର ସୀତାପୁର ଏବଂ ପଦ୍ମପୁର ଗ୍ରାମ ଗସ୍ତରେ ଯିବେ ।

ଆସନ୍ତାକାଲି ଗଞ୍ଜାମରେ ମା ତାରାତାରୀଙ୍କୁ ଦର୍ଶନ କଲା ପରେ ହୁମା,ଡିମିରିଆ,ଛତ୍ରପୁର, ଚମାଖଣ୍ଡି, କୁକୁଡ଼ାଖଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି

Comments are closed.