ଶୀତଦିନେ କେଶର ଯତ୍ନ

ସାଧାରଣତଃ ଶୀତ ଆସିଲେ ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗରେ ନେଇ ଆସିଥାଏ । ଏଦିନରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବାବେଳେ ଚର୍ମ ଏବଂ କେଶ ଜଡ଼ିତ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏଥିମଧ୍ୟରେ ପ୍ରମୁଖ ସମସ୍ୟା ରୂପେ କେଶ ସମସ୍ୟା ଉଭା ହୋଇଥାଏ । ଏହାମଧ୍ୟରେ କେଶ ଝଡ଼ିବା, ରୂପି ହେବା, କେଶ ଅତ୍ୟଧିକ ଶୁଷ୍କ ହୋଇଯିବା ଇତ୍ୟାଦି ସାମିଲ ରହିଛି । ତେଣୁ କିଛିଟା ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଏସମସ୍ତ କେଶ ସମସ୍ୟାକୁ ଆମେ ଦୂର କରିପାରିବା ।
– ଶୀତଦିନେ ରୂପି କେଶର ସବୁଠୁ ବଡ଼ ସମସ୍ୟା ପାଲିଟିଥାଏ । କେଶରେ ରୂପି ହେବାଦ୍ୱାରା କେଶ ଝଡ଼ିବା ସହିତ କେଶରେ ରୁକ୍ଷପଣ ଆସିଥାଏ । ତେଣୁ ନଡ଼ିଆ ତେଳରେ ଲେମ୍ବୁ ମିଶାଇ କେଶରେ ଲଗାନ୍ତୁ । ଏହି ମିଶ୍ରଣ ଦ୍ୱାରା ରୂପି ସମ୍ପୂର୍ଣ୍ଣ ରୂପେ ଦୂର ହୋଇଯାଏ । ଏହି ମିଶ୍ରଣକୁ ଏକାସାଥେ ମିଶାଇ କେଶ ମୂଳରେ ଲଗାନ୍ତୁ ଏବଂ ଅଙ୍ଗୁଳିରେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହାର ଅଧଘଣ୍ଟା ପରେ ସାମ୍ପୋ କରିଦିଅନ୍ତୁ, ରୂପି କମିଯିବ ।
– ରୂପି କମ୍‌ କରିବା ଲାଗି ଦହି ସବୁଠୁ ଅଧିକ ଫଳପ୍ରଦ ଘରୋଇ ଉପଚାର ରୂପେ ସାବ୍ୟସ୍ତ ହେବ । ଦହିକୁ ଆପଣ ମେଥି ସହିତ ମିଶ୍ରଣ କରି ମଧ୍ୟ ଲଗାଇପାରିବେ । ମେଥିରେ ନିକୋଟେନିକ୍‌ ଏସିଡ୍‌ ଏବଂ ପ୍ରୋଟିନ ରହିଛି, ଯାହା ରୂପି କମ୍‌ କରିବାରେ ବେଶ୍‌ ସହାୟକ ହେବ । ସେହିପରି ଦହିରେ ଥିବା ଏଞ୍ଜାଇମ୍‌ ରୂପି କମ୍‌ କରିବା ଲାଗି ସାହାଯ୍ୟ କରିବ । ପ୍ରଥମେ ଦୁଇ ଚାମଚ ମେଥିଦାନାକୁ ତିନ୍ତାଇ ପରେ ଏହାକୁ ପେଶିଦିଅନ୍ତୁ । ଏହି ପେଷ୍ଟ୍‌କୁ ଏକ କପ୍‌ ଦହିରେ ମିଶାଇ କେଶରେ ଲଗାନ୍ତୁ । ୩୫ରୁ ୪୫ ମିନିଟ୍‌ ପରେ କେଶକୁ ଧୋଇଦିଅନ୍ତୁ । ଏହା କେଶମୂଳରୁ ରୂପିକୁ ହଟାଇବା ପାଇଁ ଲାଭପ୍ରଦ ହେବ । ଏହାସହିତ କେଶ ସୁନ୍ଦର ଓ ଘନ ଦେଖାଯିବ ।
– ଆଣ୍ଟିବ୍ୟାକେଫରିଆଲ୍‌ ଏବଂ ଆଣ୍ଟି ଇମ୍ଫ୍ଲେମେଟରୀ ଗୁଣରେ ଭରପୂର ଥିବା ଆଲୋବେରା ଏବଂ ନୀମ୍ବକୁ ମିଶ୍ରଣ କରି କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟା କମିବା ସହିତ କେଶ ଉଜ୍ଜ୍ୱଳ ରହିବ ।
ଧ୍ୟାନ ରଖନ୍ତୁ : ରୂପି କମିବା ପରେ ପୁନଶ୍ଚ ଯେଭଳି ରୂପି ହେବନାହିଁ, ତାହା ସୁନିଶ୍ଚିତ କରିବା ଲାଗି ସାମ୍ପୋ କରିବା ସମୟରେ ଆବଶ୍ୟକତାରୁ ଅଧିକ ଗରମ ପାଣି ବ୍ୟବହାର କରିବାରୁ ବର୍ତ୍ତନ୍ତୁ । ଏହାଦ୍ୱାରା କେଶମୂଳ ଶୁଷ୍କ ହୋଇଥାଏ ଏବଂ କେଶଝଡିବା ସମସ୍ୟା ବୃଦ୍ଧି ପାଏ । ଏହାସହିତ କେଶମୂଳକୁ ହାଇଡ୍ରେଟେଡ୍‌ ରଖନ୍ତୁ । ଏନେଇ ସପ୍ତାହକୁ ଥରେ ମଶ୍ଚରାଇଜିଂ ହେୟାର୍‌ ମାସ୍କ ଲଗାନ୍ତୁ । ସେହିପରି ଥଣ୍ଡା ଓ ଶୁଷ୍କ ବାୟୁଠାରୁ କେଶକୁ ଦୂରେଇ ରଖନ୍ତୁ ଏବଂ ନିଜ ଖାଦ୍ୟପେୟର ଭଲଭାବେ ଧ୍ୟାନ ରଖନ୍ତୁ ।

Comments are closed.