ବିରାମ ଲଗାଇଲେ କଙ୍ଗନା

ନିକଟରେ ହୋଇଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କଙ୍ଗନାଙ୍କୁ ଖୁବ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ତେବେ ଏହି ଉତ୍ସବର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କଙ୍ଗନା ବ୍ୟବସାୟୀ ନିଶାନ୍ତ ପିଟ୍ଟିଙ୍କ ସହିତ ନଜର ଆସୁଛନ୍ତି । ତେବେ ଏହି ଫଟୋ ଭାଇରାଲ ହେବା ପରେ ୟୁଜର୍ସ କଙ୍ଗନା ନିଶାନ୍ତଙ୍କୁ ଡେଟ୍‌ କରୁଥିବାନେଇ ଚର୍ଚ୍ଚା ଆରମ୍ଭ କରିଥିଲେ । ହେଲେ ଏହି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି କଙ୍ଗନା । ସେ ନିଶାନ୍ତଙ୍କୁ ଡେଟ୍‌ କରୁନଥିବା ନେଇ ସ୍ପଷ୍ଟ କରିଛନ୍ତି । ନିଶାନ୍ତ ନିଜ ବିବାହିତ ଜୀବନରେ ଖୁବ ଖୁସି ଥିବା କଙ୍ଗନା କହିଛନ୍ତି । ସେ ଯାହାକୁ ଡେଟ୍‌ କରୁଛନ୍ତି ତାଙ୍କ ବିଷୟରେ ସମୟ ଆସିଲେ ସୂଚନା ଦେବେ ବୋଲି କଙ୍ଗନା କହିଛନ୍ତି । ତେଣୁ ମିଛରେ ତାଙ୍କ ନାଁ ଆଉ କାହା ସହିତ ନଯୋଡିବା ପାଇଁ କଙ୍ଗନା ମିଡିଆକୁ ଅନୁରୋଧ ମଧ୍ୟ କରିଛନ୍ତି ।

Comments are closed.