ଗର୍ଜିୟସ୍‌ ସେଲିନା

ଗୀତ ଗାଇବାର ଶୈଳୀ ଏବଂ ଗ୍ଲାମରସ୍‌ ଅନ୍ଦାଜ ପାଇଁ ସବୁବେଳେ ଲାଇମଲାଇଟ୍‌ରେ ଥାଆନ୍ତି ଆମେରିକାନ୍‌ ସିଙ୍ଗର ସେଲିନା ଗୋମେଜ୍‌ । ବର୍ତ୍ତମାନ କିନ୍ତୁ ସେ ତାଙ୍କ ଡେଟିଂ ଲାଇଫ୍‌କୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ।
ନିକ୍‌ ଜୋନସ୍‌ ଏବଂ ଜଷ୍ଟିନ ବାଇବରଙ୍କ ସହିତ ବ୍ରେକ୍‌ଅପ୍‌ ପରଠାରୁ ସର୍ବଦା ପର୍ସନାଲ୍‌ ଲାଇଫ୍‌କୁ ନେଇ ଫେମ୍‌ରେ ରହୁଛନ୍ତି ସେଲିନା । ଅନେକ ହସ୍ତୀଙ୍କ ସହିତ ଡେଟିଂ ଓ ପରେ ବ୍ରେକ୍‌ଅପ୍‌ ଖବର ମଧ୍ୟରେ ବର୍ତ୍ତମାନ ଜଣେ ପ୍ରଡୁ୍ୟସରଙ୍କ ସହିତ ରିଲେସନ୍‌ସିପ୍‌ରେ ଥିବା ନିଜେ ସେଲିନା ସ୍ପଷ୍ଟ କରିଛନ୍ତି । ଯାହାଫଳରେ ନିକଟରେ ଆୟୋଜିତ ଏମି ଆୱାର୍ଡ ଫଙ୍କସନ୍‌ରେ ସେଲିନା ତାଙ୍କ ପାର୍ଟନରଙ୍କ ସହିତ ଯାଇ ବେଶ୍‌ ଲାଇମ୍‌ଲାଇଟ୍‌ରେ ରହିଥିଲେ । ପ୍ରଡୁ୍ୟସର ବେନି ବ୍ଲାନକୋଙ୍କୁ ସେ ଡେଟିଂ କରୁଥିବାବେଳେ ଆୱାର୍ଡ ଫଙ୍କସନ୍‌କୁ ପ୍ରଥମ ଥର ପାଇଁ ଉଭୟ ଏକାସଙ୍ଗେ ଆଟେଣ୍ଡ୍‌ କରି ସେମାନଙ୍କ ଉପସ୍ଥିତିକୁ ଦର୍ଶାଇଛନ୍ତି । ୧୯୯୨ ମସିହା ଜୁଲାଇ ୨୨ରେ ଜନ୍ମିତ ସେଲିନା ହେଉଛନ୍ତି ଏକାଧାରରେ ଜଣେ ଆମେରିକୀୟ ସିଙ୍ଗର, ଆକେଫ୍ରସ୍‌, ବିଜ୍‌ନେସ୍‌ୱିମ୍ୟାନ୍‌ ଓ ପ୍ରଡୁ୍ୟସର । ପିଲାଙ୍କ ଟିଭି ସିରିଜ୍‌ ବାର୍ନି ଆଣ୍ଡ୍‌ ଫ୍ରେଣ୍ଡ୍ସରୁ ଶିଶୁ କଳାକାର ଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା ସେଲିନା ନିଜର ଟାଲେଣ୍ଟ୍‌ ବଳରେ ଅଗଣିତ ଦର୍ଶକଙ୍କ ହୃଦୟ ଜିତିବା ସହିତ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି । ୨୦୦୮ରୁ ସେ ହଲିଉଡ୍‌ ରେକର୍ଡିଂ କ୍ଷେତ୍ରକୁ ଓହ୍ଲାଇ ଲିଡ୍‌ ଭୋକାଲିଷ୍ଟ ରୂପେ ଅନେକ ଆଲବମ୍‌ ରିଲିଜ୍‌ କରିଥିଲେ । ପ୍ରାମ୍ଭିକ ପର୍ଯ୍ୟାୟରେ ତାଙ୍କ ସମସ୍ତ ଆଲବମ୍‌କୁ ଦର୍ଶକଙ୍କ ତରଫରୁ ଖୁବ୍‌ ଭଲପାଇବା ମିଳିଥିଲା । ଏହାପରେ ସୋଲୋ ମୁ୍ୟଜିକ୍‌ ମୁହæô ହୋଇ ୨୦୧୩ରେ ସୋଲୋ ଷ୍ଟୁଡିଓ ଆଲବମ୍‌ ଆରମ୍ଭ କଲେ, ଯାହା ତାଙ୍କୁ ଆମେରିକାନ୍‌ ର୍ୟାଙ୍କିଂ ଚାର୍ଟ ବିଲ୍‌ବୋର୍ଡ ୨୦୦ ମଧ୍ୟରେ ସ୍ଥାନିତ ହୋଇଥିଲା । ଏହାସହିତ ତାଙ୍କୁ ଏକାଧିକ କାଟାଗୋରୀରେ ପ୍ରାୟ ୨୪୦ଟି ଆୱାର୍ଡରେ ସମ୍ମାନିତ କରାଯାଇଛି । ସେହିପରି ପ୍ରାୟ ୫୬୦ଟି ଆୱାର୍ଡର ନୋମିନେସନ୍‌ ଲିଷ୍ଟରେ ମଧ୍ୟ ତାଙ୍କୁ ଲିଷ୍ଟେଡ୍‌ କରାଯାଇଛି । ୨୦୨୨ ଓ ୨୦୨୩ରେ ଗ୍ରାମୀ ଆୱାର୍ଡ ପାଇଁ ମଧ୍ୟ ତାଙ୍କୁ ନୋମିନେଟେଡ୍‌ ଲିଷ୍ଟ୍‌ରେ ରଖାଯାଇଥିଲା । ତାଙ୍କ ଆଲ୍‌ବମ୍‌ ମଧ୍ୟରେ ଷ୍ଟାର୍ସ ଡ୍ୟାନ୍ସ, ରେୟାର୍‌, ରିଭେଲକନ୍‌ ଆଦିକୁ ନେଇ ସେ ବେଶ୍‌ ପ୍ରଶଂସା ସାଉଁଟିଥିବାବେଳେ ଅନେକ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଏହାସହିତ ଲସ୍‌ ୟୁ ଟୁ ଲଭ୍‌ ମି, ଗୁଡ୍‌ ଫର୍‌ ୟୁ, ସମ୍‌ ଓଲï ଲଭ୍‌, ହ୍ୟାଣ୍ଡ୍ସ ଟୁ ମାଇଁସେଲ®, କମ୍‌ ଆଣ୍ଡ୍‌ ଗେଟ୍‌ ଇଟ୍‌, ୱି ଡୋଣ୍ଟ୍‌ ଟକ୍‌ ଏନିମୋର୍‌, ଇଟ୍‌ ଏଣ୍ଟ୍‌ ମି, ଟାକି ଟାକି, କାମ୍‌ ଡାଉନ୍‌ ଆଦି ପପ୍‌ସଙ୍ଗ୍‌କୁ ତାଙ୍କ ଫ୍ୟାନ୍‌ ଖୁବ୍‌ ପସନ୍ଦ କରନ୍ତି ।

Comments are closed.