ପୁରୀ ଯାତାୟାତରେ ଲାଗିଲା କଟକଣା, ପିପିଲି ଟୋଲଗେଟ ଯାଞ୍ଚ କଡାକଡି

ସମୟ ଲାଇଭ,୧୬/୩ : କରୋନା ଭାଇରସର ଭୟାବହତାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ସେପଟେ ପିପିଲି ଟୋଲ ଗେଟ ପାଖରେ ଭୁବନେଶ୍ୱରରୁ ପୁରୀ ଓ କୋଣାର୍କକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଗାଡିକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଛି |
କୋରନା ଭ।ଇରସରୁ ପୁରୀକୁ ମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶ।ସନ । ପୁରୀ କୁ ଅ।ସୁଥିବା ବିଭିନ୍ନ ଯାନବାହାନକୁ ପିପିଲି ଟୋଲ ଗେଟ ଠାରେ ଯାଞ୍ଚ କରାଯିବା ପରେ ଟୋଲ ଗେଟ ଠାରୁ ଫେରାଇ ଦିଅ।ଯାଉଛି । ଏପରିକି ବିବାହ କାର୍ଯ୍ୟ ରେ ଯୋଗ ଦେବା ପାଇଁ ଅ।ସୁଥିବା ପର୍ଯ୍ୟଟକଙ୍କ ଗାଡି ସହିତ ପୁରୀ ମନ୍ଦିରକୁ ଯାଉଥିବା ଯାତ୍ରୀ ମାନଙ୍କୁ ମଧ୍ୟ ଫେରାଇ ଦିଅ।ଯାଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ । କରୋନାକୁ ମହାମାରୀ ଭାବରେ ଘୋଷଣା ପରେ ଗତକାଲି ଠାରୁ ପୁରୀ କୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ଅ।ସୁଥିବା ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରିଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତେ ଜିଲା ହେଡକ୍ୱାର୍ଟରରେ ରହିବା ନେଇ ପୁରୀ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୁରୀ ବାସିନ୍ଦା ଏବେ ପୁରୀ ବାହାରକୁ ଅତି ଦରକାର ନଥିଲେ ନ ଯିବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ସେହିପରି ଯଦି କେହି ଵିଦେଶୀ ବ୍ୟକ୍ତି କିମ୍ବା ବ୍ୟକ୍ତି ସନ୍ଦିଗ୍ଧ ଭାବେ ନଜର କୁ ଆସନ୍ତି ତୁରନ୍ତ ଜିଲା ପ୍ରଶାସନ କୁ ସୂଚନା ଦେବା ସହ ଜ୍ୱର , କାଶ , ଥଣ୍ଡା ହେଲେ ତୁରନ୍ତ ଚିକିତ୍ସା ପାଇଁ ପୁରୀ ଜିଲ୍ଲାପାଳ କହିଛନ୍ତି। ଜରୁରୀ ନ ଥିଲେ ଘରୁ କୌଣସି ବ୍ୟକ୍ତି ନ ବାହାରି ବାକୁ ପୁରୀ ଜିଲାପାଳ ବଲବନ୍ତ ସିଂ ପୁରୀ ବାସିନ୍ଦା ବାର୍ତ୍ତା ଦେଇଛନ୍ତି।

Comments are closed.