ଉପହାସ ପାଲଟିଛି ସରକାରୀ ଯୋଜନା ଓଡ଼ିଶାଜିଲ୍ଲା By Samaya Live Last updated Mar 18, 2020 Share ସମୟ ଲାଇଭ,୧୭/୩ (ରାଜ ଗୁପ୍ତା): ପଡ଼ିଆରେ ରୋଷେଇ ଆଉ ସ୍ୱଚ୍ଛ ଭାରତ ଯୋଜନା ପାଇଖାନା ଘରେ ଵିତୁଛି ଜୀବନ। ସ୍ବାଧୀନତାର ୭୩ବର୍ଷ ପରେ ଵି ଏମିତି ଜୀଇଁବାକୁ ପଡୁଛି ଜୀବନ ଯାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ଖୋଲା ଆକାଶ ତଳେ ଏକ ଗଛମୂଳେ ରୋଷେଇ କରୁଥିବାବେଳେ ପାଇଖାନାରେ ଜୀବନ ବିତାଉଛନ୍ତି । ଏ ଘଟଣା ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ,ସବକା ବିକାଶ’ ଏବଂ କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କ ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମକୁ ଉପହାସ କରୁଥିବା ଅଭିଯୋଗ ହୋଇଛି | ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସରକାରୀ ଯୋଜନା ଅସହାୟା ଆଦିବାସୀ ବିଧବା ବୃଦ୍ଧା ମହିଳାଙ୍କ ନିକଟରେ ପହଞ୍ଚି ନ ପାରିବା ପଛରେ କାରଣ କଣ, ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ସମ୍ପୃକ୍ତାଙ୍କୁ ତାଙ୍କର ସରକାରୀ ବ୍ୟବସ୍ଥା ମୁତାବକ ଅଧିକାରରୁ ବଞ୍ଚିତ କରିଥିବା ଭଳି ଗୁରୁତ୍ତର ତ୍ରୁଟି ସହିତ ବ୍ୟତିକ୍ରମ କରିଥିବା ସରକାରୀ କର୍ମଚାରୀ ହୁଅନ୍ତୁ କି ଅଧିକାରୀ ସେ ଦୋଷୀ ନୁହଁ ଅପରାଧୀ ଭାବେ ଗ୍ରହଣ କରାଯାଇ ସରକାର କି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ଆଗେଇ ଆସିବେ କି ବୋଲି ଉଠୁଛି ପ୍ରଶ୍ନ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଵ୍ଲକ କଟୁରୀଆ ରାଜସ୍ବଗ୍ରାମର ଏହେଉଛି ହୁଡିସାହି ଗାଁ । ଶିମିଳିପାଳ ଜାତୀୟ ଅଭୟାରଣ୍ୟ ପାଦଦେଶରେ ଥିବା ଏହି ଗାଁରେ ଵାସକରନ୍ତି ଅନେକ ଆଦିବାସୀ ପରିଵାର । ସେହି ପରିବାର ମଧ୍ୟରୁ ଏ ବୃଦ୍ଧା ଜଣକ ହେଉଛନ୍ତି ସାକରା ସରେନ । ଜୀବନର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ଜୀଵନ ଯୁଦ୍ଧରେ ହାରି ଯାଇନାହାନ୍ତି ସାକରା। ୫ଵର୍ଷ ପୂର୍ବରୁ ସ୍ୱାମୀ ମଦନ ସରେନ୍ ଛାଡି ଚାଲିଯିବା ପରେ ମଧ୍ୟ ଏଇଠି ଅସହାୟ ଭାବରେ ପଡି ରହିଛନ୍ତି ସାକରା। ନାଁ ଅଛି ମୁଣ୍ଡ ଗୁଞ୍ଜିଵାକୁ ଛପର ନାଁ ଅଛି ଖାଇଵାକୁ ଆହାର ।ରୋଜଗାରିଆ ପୁଅଟିଏ ଅଛି ସତ ମାତ୍ର ତାର ୬ ସଦସ୍ୟ ସଂସାର ଚଳାଇଵକୁ ଦାଦନ ଖଟିଵାକୁ ଯାଇଛି ବାହାରକୁ। ପଲାଥିନଟିଏ ଟାଙ୍ଗି ଯେନତେନ ପ୍ରକାରେ ଜୀଵନ ଵିତାଉଛନ୍ତି ସାକରା ,ହେଲେ ଖରା କିମ୍ଵା ଵର୍ଷା ହେଲେ ନୂଆ ତିଆରି ହୋଇଥିଵା ୩/୫ଫୁଟିଆ ପାଇଖାନା ହିଁ ଏକମାତ୍ର ଭରସା । ତେବେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ୱାର୍ଡ଼ସଭ୍ୟ,ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ହୁଅନ୍ତୁ କି ପ୍ରଶାସନିକ ବ୍ୟବସ୍ଥାର ପଞ୍ଚାୟତ ନିର୍ବାହୀ ଅଧିକାରୀ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ କାହା ଦୃଷ୍ଟିକୁ ନ ଆସିବା ଭଳି ଘଟଣାକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ତେବେ କେମିତି ଅସହାୟ ଭାବରେ ଜୀବନ କାଟୁଛନ୍ତି ସେନେଇ ସାକରାଙ୍କ ପୋଡ଼ାଶୀ କହନ୍ତି। ସରକାରୀ ସହାୟତାରେ ମାସରେ ୫କିଲୋ ଚାଉଳ ଓ ଭତ୍ତା ୫୦୦ଟଙ୍କା ମିଳେ। ଏହି ଗଛମୂଳେ ରୋଷେଇ କରି ପାଇଖାନାରେ ବସି ଖାଇ ଦିଏ ଆଉ ଏଇଠି ଶୋଇଯାଏ। ମାତ୍ର ମିଳୁଥିବା ମୁଣ୍ଡପିଛା ୫ କିଲୋ ଚାଉଳରେ ସମୁଦ୍ରକୁ ଶଙ୍ଖେ | ଥୁରୁ ଥୁରୁ ହାତରେ କାମ କରିବାକୁ ପଡେ ବାକି ଦିନର ଖାଦ୍ୟ ଯୋଗାଡ଼ ପାଇଁ। ପଞ୍ଚାୟତରେ ସରପଞ୍ଚଙ୍କୁ ଅନେକଥର ଗୁହାରି କଲାପରେ କହିଲେ ଆଉ ୩ଵର୍ଷ ପରେ ମିଳିଵ । ଅସହାୟ ଗରିବ ଲୋକମାନଙ୍କ ପାଇଁ ସରକାରଙ୍କର ଖାଦ୍ୟସୁରକ୍ଷା ଆଇନ,ଭତ୍ତା, ଵିଜୁପକ୍କାଘର, ଆଦି ଯୋଜନା ପ୍ରସ୍ତୁତ କରାଯାଉଛି । କିନ୍ତୁ ଯେଉଁ ମାନଙ୍କ ପାଇଁ ଉଦ୍ଧିଷ୍ଟ ସେ ମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାଟବଣା ହେଉଛି ଯୋଜନା। ତେବେ ଅସହାୟ ଭାବରେ ରହୁଥିବା ଲୋକଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଅଗ୍ରାଧିକାର ଭିତ୍ତିରେ ବିଜୁପକ୍କାଘର ଯୋଗାଇ ଦିଆଯାଇ ପାରିବାର ସ୍ୱତନ୍ତ୍ର ନିୟମ ରହିଥିଲେ ମଧ୍ୟ ଉଦ୍ଧେଶ୍ୟମୂଳକ ଭାବେ ପାଳନ କରାଯାଇନଥିବା ଭଳି ଘଟଣା ଠାରୁ ଲଜ୍ୟା କଣ ହୋଇପାରେ। ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ‘ମୋସରକାର’ ହେଉକି 5T କାର୍ଯ୍ୟକ୍ରମ ପାଇଁ ଖୋଲା ଆହ୍ୱାନ ଦେଉଛି। ତେବେ ବ୍ୟତିକ୍ରମ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରସାଶନ ତୁରନ୍ତ ଘଟଣାର ଅନୁଧ୍ୟାନ କରି ଅସହାୟଵୃଦ୍ଧା ସାକରାଙ୍କୁ ସହଯୋଗ କରିବାକୁ ସାଧାରଣ ଗ୍ରାମବାସୀ ଦାବି କରିଛନ୍ତି। ହେଲେ ଆଗକୁ ସରକାର ହେଉକି ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା। Share
Comments are closed.