ପାଣିରେ ଲେଖିୁଥିବା ପେନ୍‌

ପାଣିରେ କେବେ ବି ଲେଖାଯାଇପାରିବ ସେକଥା କେହି କଳ୍ପନା କରିନଥିବେ, କିନ୍ତୁ ଆଜିକାଲିର ବିଜ୍ଞାନ ଯୁଗରେ ଏଭଳି ପେନ୍‌ର ଉଦ୍ଭାବନ ହୋଇଛି ଯାହା ସାହାଯ୍ୟରେ ପାଣିରେ ଲେଖିହେବ । ଜର୍ମାନୀ ଓ ଚୀନର କିଛି ବୈଜ୍ଞାନିକ ମିଶି ମାଇକ୍ରୋସ୍କୋପିକ୍‌ ପେନ୍‌ର ଉଦ୍ଭାବନ କରିଛନ୍ତି ଯାହା ପାଣିରେ ଲେଖିବାରେ ସାହାଯ୍ୟ କରିବ । ଏହି ପେନ୍‌କୁ ଏକ ପ୍ରକାରର ସ୍ୱତନ୍ତ୍ର ଧରଣର ଫ୍ଲୁଇଡକୁ ବ୍ୟବହାର କରି ନିର୍ମାଣ କରାଯାଇଛି, ଯାହା ପାଣିରେ ଆଇଅନ୍‌ ପରିବର୍ତ୍ତନରେ ସାହାଯ୍ୟ କରିଥାଏ । ଏହି କାରଣରୁ ଏକ ପ୍ରକାରର ଜୋନ୍‌ ସୃଷ୍ଟି ହୋଇଥାଏ, ଯାହାର ପିଏଚ୍‌ ସ୍ତର କମ ରହିଥାଏ । ଏହିଭଳି ଭାବରେ ପେନ୍‌ଟି ବିଭିନ୍ନ ବୈଜ୍ଞାନିକ ପ୍ରତିକ୍ରିୟା କାରଣରୁ ପାଣିରେ ଲେଖିବାର କାର୍ଯ୍ୟ କରିଥାଏ । ପାଣିରେ ଲେଖାକୁ ଷ୍ଟେବଲ୍‌ କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରୋଟୋଟାଇପ୍‌କୁ ବ୍ୟବହାର କରାଯାଇଛି । ଏହି ପେନ୍‌ର ପରୀକ୍ଷା ବୈଜ୍ଞାନିକମାନେ କରି ସାରିଛନ୍ତି । ସେହି ପେନ୍‌କୁ ବ୍ୟବହାର କରି ଗୋଟିଏ କଏନ୍‌ରେ ଇଂରାଜୀ ଅକ୍ଷର ‘ ଆଇ’ ଲେଖିବାରେ ସଫଳ ହୋଇଛନ୍ତି । ତେବେ ଏହା ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ରହିଛି ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ବର୍ତ୍ତମାନ ପାଣିରେ ଏହି ଲେଖା ମାତ୍ର ୧୫ ମିନିଟ୍‌ ପର୍ଯ୍ୟନ୍ତ ଦୃଶ୍ୟ ହେଉଛି । ଏହି ପ୍ରକ୍ରିୟାକୁ ନେଇ ଗବେଷଣା ଜାରି ରହିଛି, ଆଗକୁ ଏଥିରେ ଆହୁରି ଅନେକ ପରିବର୍ତ୍ତନ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି

Har Ghar Tiranga