ଏହା ଏକ ବିରଳ ନ୍ୟୁରୋଲୋଜିକାଲ ସମସ୍ୟା ଯାହା ଆମର ସ୍ପାଇନାଲ୍ କର୍ଡ ଓ ବ୍ରେନ୍ ଉପରେ ପ୍ରଭାବ ପକାଇଥାଏ । ରିପୋର୍ଟ ଅନୁସାରେ ଗୋଟିଏ ମିଲିଅନ୍ ଲୋକରେ ଏହା ଜଣଙ୍କୁ ହୋଇଥାଏ । ସେହିଭଳି ଏହା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସେଭଳି କିଛି ଚିକିତ୍ସା ବାହାରି ନାହିଁ ତଥା ଗବେଷଣା ଜାରି ରହିଛି । ଏହି ରୋଗକୁ ଚିହ୍ନିବା ବହୁତ କଷc ହୋଇଥାଏ, ତେଣୁ ଏହାର ଲକ୍ଷଣକୁ ସବୁବେଳେ ଧ୍ୟାନ ଦେବାକୁ ହୋଇଥାଏ । ଏହାର ଅନେକ ଲକ୍ଷଣ ଯେପରି ଷ୍ଟିଫ୍ ମସଲ୍ସ, ହାତ ଓ ଗୋଡ ଅନେକ ସମୟରେ ଷ୍ଟିଫ୍ ହୋଇଯିବା, ଡିପ୍ରେସନ, ଶବ୍ଦ ପ୍ରତି ସେନ୍ସିଟିଭ୍ନେସ୍ ଆଦି ଦେଖିବାକୁ ମିଳିଥାଏ । ଏହି ରୋଗରେ ପୀଡିତ ରୋଗୀ ଚାଲିବା ଏଭଳି କି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ମଧ୍ୟ ଅକ୍ଷମ ହୋଇଥାଆନ୍ତି । ଏହାର ଲକ୍ଷଣ ଧୀରେ ଧୀରେ ଅଧିକ ହୋଇଥାଏ । ଏହି ସମସ୍ୟା ରୋଗୀକୁ ଶାରୀରିକ ସ୍ତରରେ ଅନେକ ଯନ୍ତ୍ରଣା ଦେଇଥାଏ । ଏହା ଥଣ୍ଡା ପାଗରେ ବେଶି ବଢିଥାଏ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ଅତ୍ୟଧୀକ ତୀବ୍ର ଶବ୍ଦ ମଧ୍ୟ ଏହି ସମୟରେ ରୋଗୀଙ୍କୁ କଷ୍ଟ ଦେଇଥାଏ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)