ଏକାଠି ଲଢ଼ିବା

ଶ୍ରୀ ପ୍ରକାଶ ମହାରଣା

ଡାକ୍ତର କରୁଛନ୍ତି ଆମ ଚିକିତ୍ସା
ନର୍ସଙ୍କ ଉପେରେ ରହିଛି ଆମ ଭରସା ।
ପୋଲିସ ଏଠି ଘରୁ କାଢ଼ି ଦଉନି
ଝାଡ଼ୁ ଵାଲା ଦେଶ ସଫା ରଖିଲେଣି ।
ପରା ମେଡିକାଲ ଷ୍ଟାଫ ଆମର
ଡୁଟି କରୁଛନ୍ତି ଭୁଲି ଘରଦ୍ୱାର ।
ମିଡ଼ିଆ ଭାଇ ଭଉଣୀକୁ କରୁଛୁ ଜୁହାର
ଦେଖାଇ ଥିବାରୁ ଦେଶ ବିଦେଶ ଖବର ।
ସମସ୍ତେ ମିଶି ଆମେ ଲଢ଼ିବା
କରନା ରୋଗକୁ ଦୁରେଇ ଦେବା ।
ହେଲେ ହଉ ପଛେ ଦୁଃଖ ଏଇଠି
ସମସ୍ତେ ଲଢ଼ିବା ହୋଇ ଏକାଠି ।
ସରକାର ଙ୍କ କଥା ମାନି ଚାଲିବା
ତାଲା ବନ୍ଦ କୁ ସଫଳ କରିବା ।
ଆମ ଦେଶ ର ରାଜନୀତି
ସମସ୍ତେ ହୋଇଛନ୍ତି ଏକାଠି ଏଠି ।
ଦେଶ କୁ ଆମର କରିବା କରୋନା ମୁକ୍ତି
ପୁଣି ବଢ଼େଇବା ଆମ ଅର୍ଥନୀତି ।
ବିଦେଶ ଫେରନ୍ତା ଏବେ ଘରେ ରହିବେ
ନିଜ ଦେଶ ବିଷୟରେ ଚିନ୍ତା କରିବେ ।
ଆମ ଦେଶ ଭାରତ କୁ ଆଗେଇ ନେବେ
ବିଶ୍ୱ ଅର୍ଥନୀତି ରେ ନାଁ କରିବେ ।

Comments are closed.