ଆମେରିକୀୟ ସ୍ପେସ୍ଏକ୍ସ ରକେଟ୍ କମ୍ପାନୀର ପ୍ରତିଷ୍ଠାତା ଏଲନ୍ ମସ୍କ ପୃଥିବୀର ଭବିଷ୍ୟତ ସମ୍ପର୍କରେ ଭୟଙ୍କର ଭବିଷ୍ୟବାଣୀ ଶୁଣାଇଛନ୍ତି । ସେ କହିଛନ୍ତି ଦିନେ ନା ଦିନେ ସୂର୍ଯ୍ୟ ଆମ ଧରିତ୍ରୀକୁ ଗ୍ରାସ କରିବ । ତେଣୁ ମାନବ ଜାତି ତା’ର ଭବିଷ୍ୟତ ପ୍ରତି ଧ୍ୟାନ ଦେଇ ମଙ୍ଗଳ ଗ୍ରହରେ ଯଥାଶୀଘ୍ର ବସତି ସ୍ଥାପନ ଦିଗରେ ବ୍ରତୀ ହେବା ଆବଶ୍ୟକ ।
ଇଣ୍ଟର ପ୍ଲନେଟୋରୀ ପ୍ରଜାତି ହେଲେ ଯାଇ ମନୁଷ୍ୟ ସମାଜର ଭବିଷ୍ୟତ ସୁରକ୍ଷିତ ରହିବ ବୋଲି ଏଲନ୍ ଅନେକ ଦିନ ହେଲା କହିଆସୁଛନ୍ତି । ଏହି କଥାକୁ ଏବେ ସେ ଦୋହରାଇ କହିଛନ୍ତି ସୂର୍ଯ୍ୟ ଯେ ସମ୍ପ୍ରସାରଣଶୀଳ ଏ ନେଇ ବୈଜ୍ଞାନିକମାନେ ନିଃସନ୍ଦେହ । ଦିନ ଆସିବ ସୌରମଣ୍ଡଳର କିଛି ଅଂଶକୁ ସୂର୍ଯ୍ୟ ଗର୍ଭସାତ୍ କରିଦେବ । ଅବଶ୍ୟ ଏଥିପାଇଁ ୬୦୦ କୋଟି ବର୍ଷ ଲାଗିପାରେ । ସେତେବେଳେ ପୃଥିବୀର ମହାସମୁଦ୍ରଗୁଡ଼ିକ ଉତ୍ତପ୍ତ ହୋଇ ଏହାର ଜଳରାଶିର ତାପମାତ୍ରା ସ୍ପୁଟନାଙ୍କରେ ପହଞ୍ଚିବ । ଏଭଳି ସ୍ଥିତିରେ ଜୀବସତ୍ତା ନିଶ୍ଚିହ୍ନ ହେବା ସ୍ୱାଭାବିକ ।
ଦକ୍ଷିଣ ଆଫ୍ରିକାର ନାଗରିକ ଏଲନ ମସ୍କ ମଙ୍ଗଳରେ ମାନବ କଲୋନୀ ସ୍ଥାପନ ପାଇଁ ସ୍ୱତନ୍ତ୍ର ଷ୍ଟାର୍ସିପ୍ ମହାକଶଯାନ ନିର୍ମାଣ ଯୋଜନାରେ ଲାଗିପଡ଼ିଛନ୍ତି । ଟେକ୍ସାସ୍ର ବୋକା ଚିକାଠାରେ ସ୍ପେସ୍ଏକ୍ସ କାରଖାନାରେ ନୂଆ ନୂଆ ଏକ୍ସପେରିମେଣ୍ଟ ଜାରି ରହିଛି । ନିଜ ଜୀବଦଶାରେ ସେ ୧୦ ଲକ୍ଷ ଲୋକଙ୍କୁ ଏହି ଯାନ ମାଧ୍ୟମରେ ମଙ୍ଗଳ ଗ୍ରହକୁ ପଠାଇବା ଆଶା ରଖିଛନ୍ତି ଏଲନ୍ ମସ୍କ ।
Comments are closed.