ରାଜ୍ୟରେ ପୁଣି ୬ ନୂଆ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶ- ବିଦେଶ By Samaya Live On Apr 25, 2020 Share ସମୟ ଲାଇଭ୍,୨୫/୪: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ରେ ପହଞ୍ଚିଛି। ରାଜ୍ୟରେ ପୁଣି ୬ ନୂଆ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଯାଜପୁର ଜିଲ୍ଲାର ଅଟନ୍ତି। ତେବେ ଅନ୍ୟଜଣେ ଆକ୍ରାନ୍ତ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ। ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ତେବେ ଏହି ଜିଲ୍ଲାର ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବାବେଳେ ଅନ୍ୟ ୧୬ ଜଣ ଚିକିତ୍ସାଧୀନ ଅଛନ୍ତି। ସୂଚନା ଥାଉ କି,ସାରା ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୬୫ ଜଣ ଏପର୍ଯ୍ୟନ୍ତ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ବାହାର ରାଜ୍ୟ କିମ୍ବା ବିଦେଶ ଫେରନ୍ତା ଅଟନ୍ତି। ତେବେ ରାଜ୍ୟର ୩ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ କେବଳ ଜଣଙ୍କର ହିଁ କରୋନା ଜନିତ ମୃତ୍ୟୁ ହୋଇଛି। ଅନ୍ୟ ଜଣେ କର୍କଟ ରୋଗରେ ମୃତ୍ୟୁବରଣ କରିଥିବାବେଳେ ତୃତୀୟ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ କରୋନା ଜନିତ ନୁହେଁ ବରଂ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। Share
Comments are closed.