୨୦୧୨ରୁ ପ୍ରତି ବର୍ଷ ସେପେଫମ୍ବର ୨୫ରେ ପାଳିତ ହେଉଛି ବିଶ୍ୱ ସ୍ୱପ୍ନ ଦିବସ । କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା । ମଣିଷ ଶୋଇଥିବା ବେଳେ ହାରାହାରି ପାଞ୍ଚରୁ ସାତ ଥର ସ୍ୱପ୍ନ ଦେଖିପାରେ । ବାର ପ୍ରତିଶତ ମଣିଷ କଳା ଓ ଧଳାରେ ସ୍ୱପ୍ନ ଦେଖନ୍ତି । ଦୃଷ୍ଟିହୀନମାନେ ସ୍ୱପ୍ନରେ ଛବି ଦେଖିପାରନ୍ତି ।
ବେଳେ ବେଳେ ପୋଷା ପ୍ରାଣୀଙ୍କର ମୁଖରୁ ଜଣାପଡେ ସେମାନେ ସ୍ୱପ୍ନ ଦେଖନ୍ତି । ମଣିଷ ଶୋଇବାର ନବେରୁ ଶହେ କୋଡ଼ିଏ ମିନିଟ୍ ମଧ୍ୟରେ ସ୍ୱପ୍ନ ଦେଖେ । ଉଠିବାର ପାଞ୍ଚ ମିନିଟ୍ ଭିତରେ ପଚାଶ ପ୍ରତିଶତ ସ୍ୱପ୍ନ ବିସ୍ମୃତ ହୋଇଯାଏ ଏବଂ ଦଶ ମିନିଟ ମଧ୍ୟରେ ନବେ ପ୍ରତିଶତ । ପ୍ରତ୍ୟେକ ମଣିଷର ଆୟୁର ପ୍ରାୟ ଛଅ ବର୍ଷ କାଳ ସ୍ୱପ୍ନ ଦେଖିବାରେ କଟେ । ଆମେ ଦେଖୁଥିବା ଅଧିକାଂଶ ସ୍ୱପ୍ନ ନକାରାତ୍ମକ । ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକତର ହିଂସ୍ର ସ୍ୱପ୍ନ ଦେଖନ୍ତି । ଘୁଙ୍ଗୁଡ଼ି ମାରୁଥିବା ବେଳେ ସ୍ୱପ୍ନ ଆସେନାହିଁ । ପୁରୁଷମାନେ ଅଧିକାଂଶ ସମୟରେ ପୁରୁଷଙ୍କୁ ହିଁ ସ୍ୱପ୍ନରେ ଦେଖନ୍ତି । ତେବେ ମହିଳାମାନେ ସମାନ ସଂଖ୍ୟରେ ପୁରୁଷ ଓ ମହିଳାଙ୍କୁ ସ୍ୱପ୍ନରେ ଦେଖନ୍ତି । ସ୍ୱପ୍ନ ବେଳେ ଅନେକଙ୍କୁ ଚରମ ଯୌନ ତୃପ୍ତି ମିଳିଥାଏ ।
ପିଲାବେଳର ସାଙ୍ଗ ବିଭୁତି କଥା ମନେ ପଡ଼ିଗଲେ ଭାରି ହସ ଲାଗେ । ସଂଯୋଗକୁ ତା’ ସହ ଭେଟ ବି ହୋଇଗଲା । ମୋତେ କହିଲା ‘ତୁମେ ସବୁ ଡାକ୍ତର ଲୋକ, ଜାଣିଛ ମୁଁ ଦିନେ ଦିନେ ରାତିରେ ବଢ଼ିଆ ବଢ଼ିଆ ସ୍ୱପ୍ନ ସବୁ ଦେଖେ । ଏଇ ଯେମିତି ଶ୍ରୀକାନ୍ତ ଭାଇ ତିଆରି କରିଥିବା ଗଣେଶ କମ୍ପାନୀରେ ମୁଁ ଦିନ କେତେଟା ପାଇଁ ମାଲିକ ହୋଇଯାଇଛି । କାନାଡ଼ାରେ ମଉଜ ମସ୍ତି କରୁଛି, ବହୁତ ପଇସା କମାଇଛି । ସକାଳେ ବାପା ରାଜମିସ୍ତ୍ରୀ କାମକୁ ଗଲାବେଳକୁ ପାଟି କରିବାରୁପ୍ରକୃତିସ୍ଥ ହୋଇଯାଉଛି । ତୁମେ କହିଲ, ମୋ ଭାଗ୍ୟରେ ତ କାନାଡ଼ା ବୁଲିବାର ନାହିଁ, ଏ ଅଜବ ସ୍ୱପ୍ନଗୁଡାକ ଆସୁଛି କାହିଁକି ? ମୁଁ ତାକୁ କହିଲି ତୋ ପାଠଶାଠ, ଯୋଗ୍ୟତା, ସବୁକୁ ଦେଖି ନିଜ ଜୀବନରେ ଛିଡ଼ା ହୋଇପାରିବୁ । ସ୍ୱପ୍ନ ସବୁ କିଛି କ୍ଷଣର ମାଦକତା ମାତ୍ର । ସ୍ୱପ୍ନର ସୃଷ୍ଟି ମଧ୍ୟ ମସ୍ତିଷ୍କରୁ ହୋଇଥାଏ ।
ସ୍ୱପ୍ନରେ ନିଜ ଭାବନା, ଚିନ୍ତା, ସ୍ମରଣଶକ୍ତି ଓ ଜ୍ଞାନ ଇତ୍ୟାଦି ଆପଣାଛାଏଁ ମସ୍ତିଷ୍କରେ ଚାଲିଥାଏ । ବାସ୍ତବ କଥା ହେଉଛି ଜୀବନରେ ସମସ୍ତ ଆଶା ଓ ଇଛା କରୁଥିବା ବା ଅଭିଳାଷ ଅନେକ ସମୟରେ ଆମ ମାନସ ପଟ୍ଟରେ ଆସେ ଓ ଏହା ମନରେ ଭାବ ବିହ୍ୱଳତା ସୃଷ୍ଟି କରେ । ଜଣେ ଗୋଟିଏ କାମ କରୁଥିବାବେଳେ ବା ଗୋଟିଏ କଥା ଶୁଣୁଥିବାବେଳେ ମଧ୍ୟ ଅନ୍ତର ଭାବନା ଓ ଚିନ୍ତା ଏକା ଓ ବହୁପ୍ରକାରର ହୋଇପାରେ । ଏହି ଭାବନାଗୁଡ଼ିକ ପରିପୂରଣ ହେବା ସଙ୍ଗେ ସଙ୍ଗେ ସମ୍ଭବ ନ ହେଲେ ଏଗୁଡ଼ିକ ସ୍ୱପ୍ନ ରୂପରେ ନିଦ୍ରିତ ଅବସ୍ଥାରେ ଉପଭୋଗ କଲାପରି ଲାଗେ । ଯେଉଁ ଇଛା ମନରେ ଥାଏ ତାହା ଇପସ୍ିତ ଭାବନା ହୋଇରହେ । ସକରାତ୍ମକ ଭାବନାଗୁଡ଼ିକ ହେଲା, ସ୍ନେହ, ପ୍ରେମ, ଭଲପାଇବା, ନିଜ ପ୍ରତି, ପରିବାର ପ୍ରତି, ପାଠପଢ଼ାରେ, ସମାଜ ପ୍ରତି ଓ ନିଜ ଚାକିରି ବୃତ୍ତି ବା ବ୍ୟବସାୟ ବୃଦ୍ଧିରେ କିଛି ଉନ୍ନତିର ଭାବନା, ଯଥା: ଘର କରିବା, ବଡ଼ଲୋକ ହେବା, ମଉଜ ମଜଲିସ୍ କରିବା, କାନାଡ଼ା ବୁଲିବା, ହୋଇପାରେ ଭଲ ଚିନ୍ତନରେ ଦେଶ ସେବା କରିବା ବା ସମାଜ ସେବାରେ ନିଜକୁ ଅତିବାହିତ କରିବା । ଠିକ୍ ସେହିପରି ନକରାତ୍ମକ ଭାବନା ହେଲା ଘୃଣା, ଈର୍ଷା, ବିଦେ୍ୱଷର ଭାବନା ଭଳି ଅନେକ କିଛି ରହିଛି ।
ସବୁଠୁ ବଡ଼ କଥା ହେଉଛି ନିଜ ଆୟର ପରିସୀମାକୁ ଭୁଲି ଘର ଲୋକଙ୍କୁ ବଡ଼ ଆର୍ଥିକ ସାହାଯ୍ୟର ଆଶା ମରିଚିକା ଦେଖାଇବା, ଦୁଃଖର ଭାବନା, ଆତ୍ମହତ୍ୟା ବା ଅନ୍ୟକୁ ମାରିଦେବାର ଭାବନା ବା ରୋଗର ଭାବନା, ଦୁର୍ଘଟଣାର ଭାବନା ଇତ୍ୟାଦି ଅନେକ କିଛି । ନିଦ୍ରା ବିଭିନ୍ନ ପ୍ରକାରର ଅଛି । ଗାଢ଼ ନିଦ୍ରା ହେଉଛି ଯାହାକି ନିଦ୍ରିତ ଅବସ୍ଥାରେ ପ୍ରତି ୨୦-୨୫ ମିନିଟରେ ୨୦-୨୫ ମିନିଟ ପର୍ଯ୍ୟନ୍ତ ହୁଏ । ଊଝecଟ୍ଟrନnceଞ୍ଛhଚ୍ଚଝଞ୍ଚଜ୍ଜrଚ୍ଚm ରେ recଞ୍ଚrଛ କରାଯାଇ ଦେଖାଯାଇଛି । ଏହା ପ୍ରକୃତ ନିଦ, ଯେଉଁଥିରେ ବଡ଼ ବଡ଼ ଧୀର ତରଙ୍ଗ ଆସେ ଓ ମଝିରେ ମଝିରେ ଲାଗି ଲାଗି ବା ସ୍ଲିପ ବଣ୍ଡଲ ନିଦ୍ରଗୁଚ୍ଛ ରେକର୍ଡ଼ ହୁଏ । ଏଥିରେ ସ୍ୱପ୍ନ ହୁଏନା । ଏହି ସମୟରେ ଡୋଳା ଧୀରେ ଧୀରେ ଏପଟ ସେପଟ ହୁଏ । ସେହିପରି ଆଉ ଗୋଟିଏ ହେଉଛି ଯାହାକୁ କହନ୍ତି ପତଳା ନିଦ ବା ଛାଇ ନିଦ । ଏହାକୁ ମାନସିକ ରୋଗ ବିଜ୍ଞାନରେ କୁହାଯାଏ ‘ପାରାଡକ୍ସିକାଲ ସ୍ଲିପ୍’। ଯାହାକି ନିଦ୍ରିତ ଅବସ୍ଥାରେ ବେଶି ସମୟ ଧରି ୬୦-୮୦ ମିନିଟ ବ୍ୟବଧାନରେ ୨୦-୨୫ ମିନିଟ ପର୍ଯ୍ୟନ୍ତ ହୋଇଥାଏ ।
ଏହି ସମୟରେ ନିଦ୍ରିତ ଲୋକର ଆଖି ଡୋଳା ଥର ଥର ହୋଇ ପେଣ୍ଡୁଲମ୍ ପରି ଖୁବ୍ ଜୋରରେ ଏପଟ ସେପଟ ହେଉଥାଏ। ଯାହାକି ପତା ଉପରୁ ମଧ୍ୟ ଲକ୍ଷ୍ୟ କରାଯାଇ ପାରିବ। ଏହାକୁ RଊM (Rଚ୍ଚଞ୍ଛiଛ ଊye Mଞ୍ଚଠemenଟ୍ଟ ଗଝeeଞ୍ଛ) କହନ୍ତି । ଏହା ହିଁ ସ୍ୱପ୍ନର ସମୟ । ବାସ୍ତବ କଥା ହେଉଛି ସ୍ୱପ୍ନ ଆମ ଶରୀର ପାଇଁ ହିତକାରୀ – ଏହା ଭାବନା ପରିପ୍ରକାଶର ଉପାୟ ଓ ଏହାଦ୍ୱାରା ସମସ୍ତ ବିହ୍ୱଳତା ରୋଗ ଦୂର ହୁଏ । ଏହା ଶରୀରର ଏକ ସେ୍ୱଚ୍ଛାକୃତ ପ୍ରତିରକ୍ଷା । ଏହା ସମସ୍ତ ଆବାଳ ବୃଦ୍ଧବନିତା, ଶିଶୁ ଠାରୁ ବୁଢ଼ା ହେବା ପର୍ଯ୍ୟନ୍ତ ସମସ୍ତେ ଦେଖିଥାନ୍ତି । ଯେଉଁମାନେ କହନ୍ତି ଯେ ସେ ସ୍ୱପ୍ନ ଦେଖିନାହæôନ୍ତି ବା ଦେଖୁନାହାନ୍ତି ପ୍ରକୃତରେ ସେମାନେ ସ୍ୱପ୍ନ ସବୁ ଭୁଲିଯାଇଥାନ୍ତି ।
Comments are closed.