ମେ 17 ଯାଏଁ ଲକ ଡାଉନ ଜାରି ରହିବ: କେନ୍ଦ୍ର ସରକାର

 

ସମୟ ଲାଇଭ, 1/5 : ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ୪୦ ଦିନ ଓ ଦ୍ଵିତୀୟ  ପର୍ଯ୍ୟାୟ ଲକଡାଉନ ଅବଧି ମେ  ୩  ତାରିଖରେ ଶେଷ ହେବାର ଥିଲା । କିନ୍ତୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ  ଲକଡାଉନ ଅବଧିକୁ ୨ ସପ୍ତାହ ଯାଏ ବୃଦ୍ଧି କରିଛନ୍ତି  | ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯିବା ସହ ବିଜ୍ଞପ୍ତି ଜାରି କରାଯାଇଛି।

ଏହି ଲକଡାଉନ ମଇ ୧୭ ତାରିଖ ପର୍ଯ୍ୟନ୍ତ ଜାରି  ରହିବ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବାବେଳେ ଏପରି ନିଷ୍ପତ୍ତି ନିଆଯାଇଛି |

କରୋନା ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ  ପ୍ରଥମେ ଦେଶରେ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ୨୧ ଦିନପାଇଁ ଲକଡାଉନ ଜାରି କରାଯାଇଥିଲା । ପରେ ଏପ୍ରିଲ୧୪ରୁ ମଇ ୩ ଯାଏ  ଲକ ଡାଉନ ଅବଧି କୁ ବୃଦ୍ଧି କରାଯାଇଥିଲା |

ତେବେ ପୁଣିଥରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରାଯାଇଛି |  ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ  ଲକଡାଉନ ଅବଧିକୁ ୨ ସପ୍ତାହ ଯାଏ ବୃଦ୍ଧି କରିଛନ୍ତି। ଫଳରେ ମଇ ୧୭ ତାରିଖ ରାତି ୧୨ଟା ଯାଏ ଏହି ଲକଡାଉନ ଜାରି  ରହିବ ।

Comments are closed.