ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୮ରେ ଉତ୍ତରପ୍ରଦେଶର ଅଯୋଧ୍ୟା ସହରରେ ଜନ୍ମଗ୍ରହଣ କରିଥିଲେ ଅନୁଷ୍କା।
ଅନୁଷ୍କା ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଦମଦାର ଅଭିନୟ ପାଇଁ ବହୁ ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି। କିନ୍ତୁ ଅନୁଷ୍କା ଆକ୍ଟିଂରେ ନିଜ କ୍ୟାରିୟର କରିବାକୁ ଚାହୁଁନଥିଲେ। ସେ ମଡେଲିଂରେ କ୍ୟାରିୟର କରିବାକୁ ଚାହୁଁଥିଲେ।
ସେ ଶାହାରୁଖ ଖାନଙ୍କ ସହିତ ପ୍ରଥମ ଫିଲ୍ମ ପାଇଥିଲେ। ଏହି ଫିଲ୍ମ ଥିଲା ‘ରବ୍ ନେ ବନା ଦି ଯୋଡି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ବି ମିଳିଥିଲା। ଏହାପରେ ‘ବ୍ୟାଣ୍ଡ ବାଜା ବାରାତ୍’ରେ ରଣଭୀର ସିଂଙ୍କ ସହ ଆସିଥିଲା ତାଙ୍କର ଆଉ ଏକ ସୁପର ହିଟ୍ ଫିଲ୍ମ। ଏହା ପରେ ଅନୁଷ୍କା ପଛକୁ ଚାହିଁ ନଥିଲେ। ଗୋଟିଏ ପରେ ଗୋଟିଏ ଫିଲ୍ମରେ ସେ ସୁଯୋଗ ପାଇଥିଲେ। ୨୦୧୭ରେ କ୍ରିକେଟର ବିରାଟ କୋହଲିଙ୍କୁ ସେ ବିବାହ କରିଥିଲେ।
Comments are closed.