ସମୟ ଲାଇଭ,୨/୫: ରାଜ୍ୟ ତଥା ଦେଶରେ ଲକ ଡାଉନ ଜାରି ରହିତଜୀବ ବେଳେ ମଦ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି | ତେବେ ମଦ୍ୟପ ମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଥିବା ବେଳେ ପରିବା ବେପାର ନାମରେ କିଛି ଅସାଧୁ ବ୍ୟବସାୟୀ ମଦ ବେପାର କରୁଥିବା ଦେଖିବାକୁ ମିଳୁଛି |
ସୂଚନା ଅନୁସାରେ ରାତିର ଅନ୍ଧାର ସୁଯୋଗ ନେଇ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଡଙ୍ଗାରେ ସୁବର୍ଣ୍ଣରେଖା ନଦୀ ପାର କରି ପରିବା ବୋଝେଇ ଗାଡ଼ିରେ ବିଦେଶୀ ମଦ ଚାଲାଣ କରାଯାଉଥିବା ଜଣାପଡିଛି | ଖବର ପାଇ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଏସଆଇ ପଞ୍ଚାନନ ମହାନ୍ତି ପରିବା ଗାଡି (OD ୦୨ BD ୪୦୮୭)କୁ ବିଳମ୍ବିତ ରାତିରେ ଆନ୍ତରାଜ୍ୟ ସୀମା ଜାମଶଳା ଗେଟ ନିକଟରେ ଜବଦ କରିଥିଲେ |
ଏହାସହ ଆନ୍ତରାଜ୍ୟ ମଦ ଵ୍ୟାପାରୀ ଦୁଇଜଣକୁ ଗିରଫ କରାଯାଇଛି । ଗିରଫ ଦୁଇଜଣ ହେଲେ ଝାରଖଣ୍ଡ ରାଜ୍ୟ ବହଡାଗୋଡା ଥାନା ଅନ୍ତର୍ଗତ ବାସୁଦେବ ଦାସ ଓ ଭୁବନେଶ୍ୱର ବିଡିଏ କଲୋନିର ସୁବାସ ଚନ୍ଦ୍ର ଜେନା ।
ତେବେ ଅବକାରୀ ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାବେଳେ ବେଳେ ଜିଲ୍ଲା ଅବକାରୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
Comments are closed.