ଜୀବନର ଅଭୁଲା ସପନ ଡ଼. ଚୋ÷ଧୁରୀ ସଂଯୁକ୍ତା ଷଡ଼ଙ୍ଗୀ କବିତାସାହିତ୍ୟ By Samaya Live On May 2, 2020 Share ସପନକୁ ନେଇ ବଞ୍ଚିିବାର କଳା ହିଁ ଜୀବନ ସତ ହେଲେ ହେଉ ବା ନ ହେଉ ମନେ ମନେ ଝୁରୁଥାଇ ପ୍ରାଣ ଶେଷ ଶ୍ୱାସ ଯାଏଁ ସପନକୁ ଭୁଲିବାକୁ ଚାହେଁନି ପରାଣ ଏଇତ ଜୀବନର ଅଭୁଲା ସପନ କଳ୍ପନାର ଖିଅ ଲମ୍ବିଯାଏ;କାହିଁ କେତେ ଦୂରେ,ପାଇବାର ଆଶା ପ୍ରତିନିୟତ ଝୁରେ ସିନା ମରେ ନାହିଁ ଯନ୍ତ୍ରଣାର ଚଉହଦୀ ଡେଇଁ ଖରତରେ ଯାଏଁ ଧାଇଁ ମାନେ ନାହିଁ ଅନ୍ତରାୟ,ଶୃଙ୍ଖଳ-ବନ୍ଧନ ଏଇତ ଜୀବନର ଅଭୁଲା ସପନ। ଅବୁଝା ମନର କିୟତ୍ ଇସାରାରେ ଗିରି ଲଙ୍ଘିବାର ପ୍ରୟାସ କାମନାର ଇନ୍ଦ୍ରଜାଲ କୌଶଳରେ ଫିଙ୍ଗିଥାଏ ଦୂରେ ଚିନ୍ତା-ଚେତନାର ସ୍ରୋତେ ସମୟର ଧାରେ ଜିତିବ କି ହାରିଯିବ ମନ ତ ମାନେନା ଅବୁଝା ଏମନ,ସପନ ଖୋଜିବା ତା’ର ଏକଇ ବାହାନା। ହାର୍ଜିତ ଖେଳ ସାଥେ ଖୋଜିବା ଭୁଲେନା ସପନକୁ ନେଇ ବଞ୍ଚିବାର ସୁନେଲି କଳ୍ପନା ସ୍ମୃତିର ବିଭ୍ରାଟ ସାଥେ ଖୋଜିବାର ନିଶା ବି ଛାଡ଼େନା ମରଣଶୀଳ ଜୀବନକୁ ନେଇ ଅମୃତର ସନ୍ଧାନ ମୃତ୍ୟୁର ଆରପାରେ ଅନ୍ୟ କିଛି ଅନ୍ୱେଷଣ ଏଇତ ଜୀବନର ଅଭୁଲା ସପନ ସପନକୁ ଭୁଲିଯିବା ନଥାଏ ବାହାନା ବଞ୍ଚିବାର କଳା ଏତ; କାହାକୁ ଅଜଣା Share
Comments are closed.