ପ୍ରବାସୀ ଶ୍ରମିକ ଘରକୁ ଫେରିଲେ କଂଗ୍ରେସ ଦେବ ଭଡା :ସୋନିଆ ଗାନ୍ଧୀ

ସମୟ ଲାଇଭ, 4/5: କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଫଶିରହିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି  । ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବା  ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ କରୁଛି , କିନ୍ତୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଯାତ୍ରା କରୁଥିବା ଶ୍ରମିକମାନଙ୍କୁ ଭଡା ଦେବାକୁ ପଡୁଛି । ତେବେ ଏଣିକି ଏହି ଭଡା କଂଗ୍ରେସ ବହନ କରିବ ବୋଲି  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି  ।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ  କହିଛନ୍ତି, ’ ଶ୍ରମିକମାନେ ଦେଶର ମେରୁଦଣ୍ଡ । ସେମାନଙ୍କ କଠିନ ପରିଶ୍ରମ ଏବଂ ବଳିଦାନ ହେଉଛି ରାଷ୍ଟ୍ର ନିର୍ମାଣର ମୂଳଦୁଆ । ଏଭଳି ଲକ୍ ଡାଉନ ସମୟରେ କାମ ବନ୍ଦ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ଲକ୍ଷ ଲକ୍ଷ ଶ୍ରମିକ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଭଳି ପରିସ୍ଥିତିରେ ସମସ୍ତ ରାଜ୍ୟ କଂଗ୍ରେସ କମିଟି ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ଟ୍ରେନ୍ ଟିକେଟ ମୂଲ୍ୟ ବହନ କରିବେ ବୋଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଘୋଷଣା କରିଛନ୍ତି ।

Comments are closed.