ତୃତୀୟ ଥର ପାଇଁ ମା’ ହେଲା ‘ରୁପା’

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ପୁଣି ଏକ ଖୁସି ଖବର । ତୃତୀୟ ଥର ପାଇଁ ମା’ ହୋଇଛି ‘ରୁପା’ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଥରକେ ୪ ଟି କୁନି ଶାବକକୁ ଜନ୍ମ ଦେଇଛି ଧଳା ବାଘୁଣୀ ରୁପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଇଛନ୍ତି ବାଘ ଶାବକ। କ୍ରୀଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ୍ ହେବା ନେଇ ଆଶା କରାଯାଉଛି ।

ସେପଟେ ୪ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ଛୁଆଙ୍କ ଯତ୍ନ ନେଉଛି ରୁପା । ସମସ୍ତେ ସୁସ୍ଥ ରହିଛନ୍ତି । ସିସିଟିଭି ଜରିଆରେ ମାଆ ଓ ୪ ଶାବକଙ୍କ ଉପରେ କର୍ତ୍ତୃପକ୍ଷଙ୍କ ନଜର ରହିଛି।

Comments are closed.