ଓଡିଆ ଗୀତରେ ଡ୍ରିମ୍ ଗର୍ଲଙ୍କ ଓଡ଼ିଶୀନୃତ୍ୟ! ମନୋରଞ୍ଜନ By Samaya Live Last updated May 6, 2020 Share ‘ପୁଣି ହସିବ ଓଡ଼ିଶା’ ମ୍ୟୁଜିକ୍ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଏହି ଗୀତର ତାଳେ ତାଳେ ଓଡ଼ିଶୀନୃତ୍ୟ କରିଛନ୍ତି ରାଜ୍ୟର ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ କଳାକାରମାନେ। ହେଲେ ଭିଡ଼ିଓର ମୁଖ୍ୟ ଆକର୍ଷଣ ସାଜିଛନ୍ତି ବଲିଉଡ୍ର ଡ୍ରିମ୍ ଗର୍ଲ ହେମା ମାଳିନୀ। ହେମାମାଳିନୀଙ୍କ ସହ ଏଥିରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ଗୁରୁ ରତିକାନ୍ତ ମହାପାତ୍ର ଏବଂ ସୃଜନ ଟିମ୍, ମୀରା ଦାସ ଏବଂ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି, ମିହିର ଦାସ, ଅପରାଜିତା ଏବଂ ବୁଦ୍ଧାଦିତ୍ୟ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି। ଓଡ଼ିଆ ଅଭିନେତ୍ରୀ ମହେଶ୍ୱତା ରାୟଙ୍କ ଦ୍ୱାରା ପ୍ରସ୍ତୁତ ଏହି ଭିଡ଼ିଓ ଏବେ ଇଣ୍ଟରନେଟ୍ରେ ଭାଇରାଲ ହୋଇଛି। ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଏହି କରୋନା ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବା ଭିଡ଼ିଓର ମୂଳ ଲକ୍ଷ୍ୟ ବୋଲି ମହେଶ୍ୱତା କହିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ୍ ଆନନ୍ଦ ଦେଇଛନ୍ତି। ଏବଂ କଣ୍ଠଶିଳ୍ପୀ ସବିଶେଷ, ଦୀପ୍ତିରେଖା ଏବଂ ବିଶ୍ୱଜିତ କଣ୍ଠଦାନ କରିଛନ୍ତି। Share
Comments are closed.