ରାଜ୍ୟରେ ଆଉ ୮୩ ନୂଆ ଚିହ୍ନଟ; ୩୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Edited by Papu Moganty

ଭୁବନେଶ୍ୱର: 10/05:  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସଦ୍ୟ ଖବର ଅନୁସାରେ ଆଜି ଆଉ ୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭଦ୍ରକରୁ ୬ଜଣ ହୋଇଥିବା ବେଳେ ଗଞ୍ଜାମର ୩୬ଜଣ, ମୟୁରଭଞ୍ଜ ଜଣେ, ବାଲେଶ୍ୱର ୧୫, ଅନୁଗୁଳ ୧୫ଜଣ, ପୁରୀ ୨, ବୌଦ୍ଧ ୩ ଓ ଯାଜପୁରରୁ ୫ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆଜି ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ରେ ପହଞ୍ଚିଛି । ମୟୁରଭଞ୍ଜ, ଅନୁଗୁଳ ୧୧ଜଣ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିଲାବେଳେ ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଅନ୍ୟ ଜଣେ ସ୍ଥାନୀୟ ବ୍ୟକ୍ତି । ଆକ୍ରାନ୍ତ ଏଭଳି କ୍ରମାଗତ ସଂଖ୍ୟା ବୃଦ୍ଧି ସରକାର ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।
ଅପରପକ୍ଷରେ ରବିବାର ମହାରାଷ୍ଟ୍ରରୁ ୧୨୦୦ ପ୍ରବାସୀଙ୍କୁ ନେଇ ଟିଟିଲାଗଡରେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ପହଞ୍ଚିଛି । ଏହାକୁ ନଜରରେ ରଖି ସେଠାରେ ୧୫ ଘଣ୍ଟିଆ କର୍ଫୁ୍ୟ ଜାରି କରାଯାଇଥିଲା । ଟ୍ରେନ୍‌ ପହଞ୍ଚିବା ପରେ ସମସ୍ତ ପ୍ରବାସୀଙ୍କର ଥର୍ମାଲ ସ୍କ୍ରିନିଂ ଷ୍ଟେସନ ଠାରେ ହିଁ କରାଯାଇଥିଲା । ପରେ ସେମାନଙ୍କ କ୍ୱାରେଣ୍ଟଟାଇନ୍‌ ସେଣ୍ଟରକୁ ପଠାଯାଇଛି ।
କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅବଧି ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସ୍ଥାନୀୟ ଦଶରଥପୁର ବ୍ଲକର କଟିକଟା, ବିରାଜପୁର, ମହାନ୍ତିପାଟଣା, ଅକରପଡା ଓ ଦେଓପଡା ଅଞ୍ଚଳରେ ୨୪ତାରିଖ ରାତି ୮ଟା ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ କଟକଣା ବଳବତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି କ୍ରମରେ ଅନୁଗୁଳରେ ରବିବାର ୧୩ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ସେଠାରେ ମଧ୍ୟ କଟକଣା ଜୋର କରାଯାଇଛି । ଏହାକୁ ଗ୍ରିନ୍‌ ଜୋନ୍‌ରୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି ।

Comments are closed.