Edited by Papu Mohanty
ଭୁବନେଶ୍ୱର : 10/05: ଚିକିତ୍ସା ଅବହେଳାକୁ ନେଇ ବ୍ରହ୍ମପୁର ବଡ ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଛି । ରବିବାର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜଣେ ପ୍ରସୂତୀଙ୍କ ସ୍ୱାମୀ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି । ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନରେ ଏତଲା ଦିଆଯାଇଛି । ସୂଚନା ଅନଚସାରେ, ଗଞ୍ଜାମ ଜିଲ୍ଲା ତାରାତାରିଣୀ ଅଞ୍ଚଳରୁ ଜଣେ ପ୍ରସୂତୀଙ୍କୁ ଧରି ତାଙ୍କ ସ୍ୱାମୀ ଏମ୍କେସିଜି ମେଡିକାଲକୁ ଆସିଥିଲେ । ପ୍ରସୂତୀଙ୍କୁ ପ୍ରସବ ପାଇଁ ଲେବର ରୁମ୍ରେ ରଖା ଯାଇଥିଲା । ଭିତରକୁ ଯିବା ପାଇଁ ସ୍ତ୍ରୀ ଚାହିଁବାରୁ ତାଙ୍କ ଡାକ୍ତର ଓ ନର୍ସ ବାରଣ କରିବା ସହିତ ଏହା ଭିତରକୁ ପୁରୁଷ ମାନଙ୍କୁ ଯିବା ପାଇଁ ଅନୁମତି ନାହିଁ ବୋଲି କହିଥିଲେ । ମାତ୍ର ପ୍ରସୂତୀଙ୍କ ଭିତରକୁ ଯିବା ପାଇଁ ଅଡ଼ି ବସିବାରୁ ଡାକ୍ତରଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଉତକ୍ଷିପ୍ତ ହୋଇ ପ୍ରସୂତୀଙ୍କ ସ୍ୱାମୀ ଡାକ୍ତରଙ୍କ କାନକୁ କାମୁଡ଼ି ପକାଇ ଥିଲେ ବୋଲି ଡାକ୍ତର ଜଣଙ୍କ ଅଭିଯୋଗ କରିଛନ୍ତି । ରକ୍ତାତ ଅବସ୍ଥାରେ ଡାକ୍ତର ପ୍ରସୂତୀ ସ୍ୱାମୀଙ୍କ ବିରୋଧରେ ଥାନରେ ଅଭିଯୋଗ କରିଛନ୍ତି ।
Comments are closed.