ପନିପରିବା ଓ ଫଳମୂଳ ଧୋଇବାର ସଠିକ୍ ପ୍ରଣାଳୀ ଆପଣ ଜାଣନ୍ତି କି? ସ୍ୱାସ୍ଥ By Samaya Live Last updated May 14, 2020 Share ସମୟ ଲାଇଭ୧୪/୫: କରୋନା ଭାଇରସ୍ ବିଭିନ୍ନ ମାଧ୍ୟମ ଦେଇ ଆପଣଙ୍କ ନିକଟରେ ପହଞ୍ଚିଥାଏ। ତେବେ ବଜାରରେ ବିଭିନ୍ନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ଫଳ ଓ ପନିପରିବା ଏହି ଭୂତାଣୁ ବ୍ୟାପବାର ଗୋଟିଏ ମାଧ୍ୟମ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ତେବେ ପନିପରିବା ଓ ଫଳମୂଳ ଧୋଇବାର ସଠିକ୍ ପ୍ରଣାଳୀ ଆପଣ ଜାଣନ୍ତି କି? ୧) ରୋଷେଇ କରିବା ପୂର୍ବରୁ ପନିପରିବା ଓ କୌଣସି ଫଳ ଖାଉଥିଲେ ଅଳ୍ପ ପାଣିରେ ଅଧିକ ଫଳ ଧୋଇବା ପାଇଁ ଏକ ପାତ୍ରରେ ଆଣି ଫଳଗୁଡ଼ିକ ଧୋଇଥାଉ। ତେବେ ଏପରି ଧୋଇବାଦ୍ୱାରା ଭୂତାଣୁ ଗୋଟିଏ ଫଳରୁ ସବୁ ଫଳକୁ ବ୍ୟାପିଯାଇଥା’ନ୍ତି। ଏପରି ନକରି ଟ୍ୟାପ୍ ଖୋଲି ଚାଲୁଥିବା ପାଣିରେ ଫଳ ଓ ପନିପରିବା ଧୁଅନ୍ତୁ। ୨) ପ୍ରତ୍ୟେକ ଗୃହିଣୀ ପ୍ରଥମେ ପରିବା କାଟନ୍ତି ଓ ପରେ ଧୋଇଥା’ନ୍ତି ଏହାଦ୍ୱାରା ପରିବାରେ ଥିବା ଭୂତାଣୁ ଆପଣ ବ୍ୟବହାର କରୁଥିବା ପନିକି ବା ଛୁରୀରେ ଲାଗି ରହିଥା’ନ୍ତି। ଏହପରେ ଆପଣ ଯେତେବେଳେ ଆଉଥରେ ପରିବା କାଟନ୍ତି ଏହି ଭୂତାଣୁ ଉକ୍ତ ପରିବା ମଧ୍ୟକୁ ପ୍ରବେଶ କରିଥା’ନ୍ତି। ଏଣୁ ସର୍ବଦା ପରିବା ଧୋଇ ସାରିବା ପରେ ହିଁ କାଟନ୍ତୁ। ୩) ଆପଣ ଯେତେବେଳେ ବି ପରିବା କିମ୍ବା ଫଳ ଧୋଉଛନ୍ତି ଏହା ପୂର୍ବରୁ ନିଜ ହାତକୁ ଭଲଭାବରେ ଧୋଇ ପରିଷ୍କାର କରିନେବା ଉଚିତ୍। ପ୍ରାୟ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଆପଣ ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତ ଧୋଇ ସଫାକରନ୍ତୁ। ଏହା ସହ ବ୍ୟବହାର କରୁଥିବା ପନିକି, ଛୁରୀ କିମ୍ବା ପରିବା ରଖିବା ପାଇଁ ପାତ୍ର ଭଲ ଭାବରେ ଧୋଇଦିଅନ୍ତୁ। ନଚେତ ପରିବା ଭଲଭାବରେ ଧୋଇଲେ ମଧ୍ୟ ଆପଣଙ୍କ ହାତ କିମ୍ବା ପାତ୍ରରେ ଲାଗିଥିବା ଭୂତାଣୁ ପୁନଶ୍ଚ ପରିବା ମଧ୍ୟକୁ ପ୍ରବେଶ କରିଥାଏ। ୪) ତେବେ କିଛି ଲୋକ ପନିପରିବାକୁ ସାବୁନ ଓ ଡ଼ିଟରଜେଣ୍ଟରେ ଧୋଉଛନ୍ତି। ଏପରି କରିବା ଦ୍ୱାରା ପରିବାରେ କ୍ଷତ ରହିଥିଲେ ଏଥିରେ ସାବୁନ ଓ ଡ଼ିଟରଜେଣ୍ଟ ପ୍ରବେଶ କରିଥାଏ। ଏହି ପରିବା ଭୋଜନରେ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ୫) ସେହିପରି ମୂଳଜାତୀୟ ପନିପରିବା ଓ ଫଳ ଯେପରି ଆଳୁ,ସାରୁ ଦେଶୀଆଳୁ ଆଦି ସଫାକରି ଧୋଇବା ପାଇଁ ସ୍ପଞ୍ଜ କିମ୍ବା ବ୍ରଶ୍ ବ୍ୟବହାର କରିପାରିବେ। ଏଥିରେ ଘଷି ଭଲଭାବରେ ମଇଳା ସଫା କରିପାରିବେ। ୬) ସେହିପରି ଶାଗ, ପତ୍ରକକୋବି, କୋଳି ଜାତୀୟ ଫଳ ଧୋଇବା ସମୟରେ କିଛି ଅଧିକ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଏପରି ଶାଗ, ପନିପରିବା ଓ ଫଳରୁ ଘାସ ଆଦି ବାଛିନିଅନ୍ତୁ।। ଏହାପରେ ଜାଲିଯୁକ୍ତ ପାତ୍ରରେ ରଖି ପାଣି ଢ଼ାଳି ଧୁଅନ୍ତୁ। ଏଥିରୁ ପାଣି ଛଡ଼ାଇବା ପାଇଁ ଶୁଖିଲା କପଡ଼ା ଉପରେ ଏହାକୁ ରଖିଦିଅନ୍ତୁ। ୭) ତେବେ କିଛି ଲୋକ ଚୋପା ଛଡ଼ାଇ ଖାଉଥିବା ଫଳ ଧୋଇ ନଥା’ନ୍ତି। କିନ୍ତୁ ଏହା ଭୁଲ୍ ଅଟେ। ଯେପରିକି କମଳା ଓ କଦଳୀ। ତେବେ ଏପରି ଫଳ ମଧ୍ୟ ଧୋଇ କରି ଖାଇବା ନିତାନ୍ତ ଆବଶ୍ୟକ। କାରଣ ଚୋପାରେ ଲାଗିଥିବା ମଇଳା ସହ ଭୂତାଣୁ ପ୍ରଥମେ ଆପଣଙ୍କ ହାତରେ ଲାଗିଥାଏ। ଏହାପରେ ଯେତେବେଳେ ଆପଣ ଚୋପା ଛଡ଼ାଇ ଖାଇବାକୁ ଫଳ ହାତରେ ଧରନ୍ତି ଏହି ଭୂତାଣୁ ଆପଣଙ୍କ ହାତରୁ ପୁଣି ଫଳକୁ ଚାଲିଯାଇଥାଏ। ଯାହାକି କରୋନା ପରି ଭୂତାଣୁ ଆପଣଙ୍କ ଶରୀର ମଧ୍ୟକୁ ପ୍ରବେଶ କରି ଆପଣଙ୍କୁ ରୋଗାକ୍ରାନ୍ତ କରିଥାଏ। ୮) ତେବେ କିଛି ଲୋକ ପନିପରିବାରକୁ କରୋନାପରି ମାରାତ୍ମକ ଭୂତାଣୁମୁକ୍ତ କରିବା ପାଇଁ ଗରମପାଣିରେ ଧୋଇଦେଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏପରି କରିବା ଦ୍ୱାରା ପନିପରିବା ଗୁଡ଼ିକ ରୋଷେଇ ସମୟରେ ସିଝିନଥାଏ ଫଳରେ ଆପଣଙ୍କ ବ୍ୟଞ୍ଜନ ସ୍ୱାଦହୀନ ହୋଇଯାଇଥାଏ। ୯) ତେବେ ଆପଣ ବଜାରରୁ ଆଣିଥିବା ସବୁ ପରିବା ଏକକାଳୀନ ଧୋଇ ଫ୍ରିଜରେ ରଖିଦେଇଥା’ନ୍ତି ଏବଂ ଯେତେବେଳେ ଆବଶ୍ୟକ କାଢ଼ିନେଇ ରୋଷେଇ କରିଥା’ନ୍ତି। ତେବେ ଏପରି କରିବା ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଆପଣ ପରିବା ଯେତେ ଭଲରେ ଧୋଇ ରଖିଥିଲେ ମଧ୍ୟ ରୋଷେଇ କରିବା ପୂବ ର୍ରୁ ପୁବର୍ବାର ଧୋଇ ନେବା ଉଚିତ୍। ୧୦) ସେହିପରି ଆପଣ ଭୋଜନ କରିବା ସମୟରେ ଅତିରିକ୍ତ ଲଙ୍କା ଆବଶ୍ୟକ ହେଉଥିଲେ। ଡ଼ାଲାରେ ରଖିଥିବା ଲଙ୍କା ନେଇ ଆସି ଖାଇବା ଆରମ୍ଭ କରିଥା’ନ୍ତି। ତେବେ ଏତେ ଛୋଟ କଞ୍ଚାଲଙ୍କା ମଧ୍ୟ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ହୋଇପାରେ। ଏଣୁ ଧୋଇକରି ଡ଼ାଲାରେ ଲଙ୍କା ରଖୁଥିଲେ ମଧ୍ୟ ପୁଣିଥରେ ଧୋଇ ଖାଦ୍ୟରେ ବ୍ୟବହାର କରନ୍ତୁ। Share
Comments are closed.