ଅନ୍‌ଲାଇନ୍‌ ସପିଂ ସ୍କାମ୍‌

ଅନ୍‌ଲାଇନ୍‌ ସପିଂ କାରଣରୁ ଆମ ଜୀବନ ସହଜ ସୁବିଧା ହୋଇପାରିଛି । ହେଲେ ଏଥିରେ ମଧ୍ୟ ଅନେକ ସ୍କାମ ସାମନାକୁ ଆସୁଛି । ଏଥିରେ ମଧ୍ୟ ଏଭଳି ଠକ ବୁଲୁଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କୁ ଠକି ଅନେକ ପଇସା ରୋଜଗାର କରୁଛନ୍ତି । ଅନ୍‌ଲାଇନ୍‌ ସପିଂ କରୁଥିଲେ ମାଲେୱରରେ ଭରପୁର ଥିବା ବିଜ୍ଞାପନ ଠାରୁ ଦୂରରେ ରୁହନ୍ତୁ । ଏହି ପ୍ରକ୍ରିୟା ସାହାଯ୍ୟରେ ହ୍ୟାକରମାନେ ଆପଣଙ୍କ ପସନ୍ଦର ଭରସାଯୋଗ୍ୟ େୱବସାଇଟ୍‌ରେ ମାଲେୱର ବିଜ୍ଞାପନ ଚଳାଇଥାଆନ୍ତି । ଯାହାକୁ ଆପଣ ବିଶ୍ୱାସ କରି ସେଥିରୁ ସପିଂ କରିବା ଫଳରେ ଠକାମିର ଶିକାର ହେବାର ସମ୍ଭାବନା ରହିଥାଏ । ତେଣୁ ଏଭଳି ବିଜ୍ଞାପନ ଠାରୁ ଦୂରେଇ ରୁହନ୍ତୁ । କୌଣସି ବିଜ୍ଞାପନ ଉପରେ ଭରସା କରିବା ପୂର୍ବରୁ ଏହାକୁ ଭଲ କରି ପରଖନ୍ତୁ । ସେହିଭଳି ଆଉ ଏକ ପ୍ରକ୍ରିୟା ହେଲା ଦରକାରରୁ ଅଧିକ ଡିସକାଉଣ୍ଟ୍‌ । ଯଦି କୌଣସି ସାମଗ୍ରୀ ଉପରେ ଦରକାରରୁ ଅଧିକ ଡିସ୍‌କାଉଣ୍ଟ ମିଳୁଛି ତେବେ ଏହା ଅନଲାଇନ୍‌ ସ୍କାମର ଏକ ମାଧ୍ୟମ ହୋଇପାରେ । ତେଣୁ ଏଭଳି ଡିସ୍‌କାଉଣ୍ଟ ମିଳୁଥିବା ସାମଗ୍ରୀ କିଣିବାଠୁ ଦୂରେଇ ରୁହନ୍ତୁ । ସେହିଭଳି ବେଳେବେଳେ ବହୁ ପରିଚିତ ଅନ୍‌ଲାଇନ୍‌ ସପିଂ ସାଇଟ୍‌ ନାଁରେ ନକଲି ଆକାଉଣ୍ଟ ମଧ୍ୟ ରହିଥାଏ । ଯାହା ଦ୍ୱାରା ଆପଣ ଠକାମୀର ଶିକାର ହେବାର ସମ୍ଭାବନା ରହିଥାଏ । ତେଣୁ ଏଭଳି ଠକ େୱବସାଇଟ୍‌କୁ କିଣା ବିକା କରନ୍ତୁ ନାହିଁ । ସବୁବେଳେ ଅନ୍‌ ସପିଂ କରିବା ଆଗରୁ େୱବସାଇଟ୍‌ ଉପରେ ସବିଶେଷ ତଥ୍ୟ ନିଅନ୍ତୁ ।

Har Ghar Tiranga