ପ୍ରବାସୀ/ଅସହାୟ ପ୍ରବାସୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ପାଇଁ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି

ନୂଆ ଦିଲ୍ଲୀ :ମେ ୨୦: କେନ୍ଦ୍ରୀୟ ପୁଲରୁ ପ୍ରାୟ 8 କୋଟି ପ୍ରବାସୀ/ଅସହାୟ ପ୍ରବାସୀ ପ୍ରତ୍ୟେକଙ୍କୁ ମାସକୁ 5 କିଲୋଗ୍ରାମ ଲେଖାଏଁ ଦୁଇମାସ ଲାଗି (ମେ’ ଏବଂ ଜୁନ, 2020) ମାଗଣାରେ ଖାଦ୍ୟ ସାମଗ୍ରୀ ପିଛିଲା ଭାବେ ବଣ୍ଟନ କରାଯିବ । ଏହି ପ୍ରସ୍ତାବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଅନୁମୋଦିତ ହୋଇଛି ।

ଏହି ଖାଦ୍ୟ ସବସିଡି ବାବଦରେ ପ୍ରାୟ 2,982.27 କୋଟି ଟଙ୍କା ଖର୍ଚ୍ଚ ହେବ । ଆହୁରି ମଧ୍ୟ ଆନ୍ତଃରାଜ୍ୟ ପରିବହନ ଏବଂ ପରିଚାଳନା ଖର୍ଚ୍ଚ ଏବଂ ଡିଲର ମାର୍ଜିନ/ଅତିରିକ୍ତ ଡିଲର ମାର୍ଜିନ ପାଇଁ ଖର୍ଚ୍ଚ ପ୍ରାୟ 127.25 କୋଟି ହେବ ଯାହା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବହନ କରିବେ । ସେହି ଅନୁଯାୟୀ, ଭାରତ ସରକାରଙ୍କ ମୋଟ ସବସିଡି ପ୍ରାୟ 3,109.52 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

କୋଭିଡ-19 ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ଅସୁବିଧା ଦୃଷ୍ଟିରୁ ପ୍ରବାସୀ/ଅସହାୟ ପ୍ରବାସୀଙ୍କ ଦ୍ଵାରା ସମ୍ମୁଖୀନ ହେଉଥିବା ଦୁଃଖ କଷ୍ଟକୁ ଲାଘବ କରିବା ଲାଗି ଏହି ଆବଣ୍ଟନ କରାଯାଇଛି ।

Comments are closed.