ଆକାଶମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ପରିଦର୍ଶନ କରିପାରନ୍ତି ପ୍ରଧାନମନ୍ତ୍ରୀ

Edited by Papu Mohanty

ଭୁବନେଶ୍ୱର : May 21:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳରେ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତି ଅନୁଧ୍ୟାନ କରିବେ । ସେ ରାଜ୍ୟ ସରକାରଙ୍କର ସହିତ ବାତ୍ୟା କ୍ଷୟକ୍ଷତି ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସୁଛନ୍ତି ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ଏଡିଜି ହେଡକ ୍ୱାର୍ଟର ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ଭୁବନେଶ୍ୱର ଏୟାରପୋର୍ଟ ଯାଇ ସୁରକ୍ଷା ତଦାରଖ କରିଛନ୍ତି ।

Comments are closed.