୮୩ ହଜାର ଟପିଲା ସୁନା ଦର,ଭୁବନେଶ୍ୱରରେ ୩ ଦିନରେ ୨୩ ଶହ ବୃଦ୍ଧି

ଭୁବନେଶ୍ୱର : ଚାଲିଛି ବାହାଘର ଋତୁ । ବିବାହ ସାମଗ୍ରୀ କିଣିବାକୁ ବଜାର ଖଚାଖଚ ଭିଡ଼ । ସମାନ ଢଙ୍ଗରେ ତାଳ ଦେଇ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ୩ ଦିନ ଭିତରେ ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୭୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୮୩ ହଜାର ଟପି ୮୩,୦୨୦ ପହଞ୍ଚିଛି । ତେବେ ଶୁକ୍ରବାର ସକାଳେପୁଣି ଦର ବୃଦ୍ଧି ଘଟି ୧୦ ଗ୍ରାମ୍‌କୁ ୮୪,୩୩୦ରେ ପହଞ୍ଚିଛି I ପ୍ରାୟ ଗୋଟିଏ ଦିନରେ ୧,୩୧୦ ଟଙ୍କା ବୃଦ୍ଧି ପାଇଛି ।

ସେହିପରି ୨୨ କ୍ୟାରେଟ୍‌ ସୁନା ନାମ୍‌ ୧୦ ଗ୍ରାମ୍‌କୁ ୭୭,୩୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଗତକାଲି ଏହା ୭୬,୧୦୦ ଟଙ୍କା ଥିଲା । ଏଥିରେ ମଧ୍ୟ ୧୨୦୦ ଟଙ୍କା ବୃଦ୍ଧି ହୋଇଛି । ଗତ ୩୦ ଦିନ ଭିତରେ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୨୩୦୦ ଟଙ୍କା ବଢ଼ିଛି ।

ସେହିପରି ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୬୩,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୬୨,୨୭୦ ଟଙ୍କା ଥିଲା । ଏଥିରେ ମଧ୍ୟ ୯୮୦ ଟଙ୍କା ବୃଦ୍ଧି ପାଇଛି।

ଅନ୍ୟପଟେ,କିଲୋଗ୍ରାମ ପିଛା ରୁପା ଦର ୨୦୦୦ ଟଙ୍କା ବଢ଼ିଛି । ଫଳରେ ଏହା ୧,୦୬,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

ସେପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ବେଲଗାମ ହୋଇଛି ସୁନା ଦର । ପ୍ରଥମ ଥର ପାଇଁ ଦିଲ୍ଲୀରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ଦାମ୍ ୮୩ ହଜାର ୮୦୦ ଟଙ୍କା ସ୍ତରରେ ପହଞ୍ଚିଛି । ସର୍ବଭାରତୀୟ ସରାଫା ସଙ୍ଘ ସୂଚାନୁସାରେ, ରୁପାର କିଲୋପିଛା ଦାମ୍ ୧୧୫୦ ଟଙ୍କା ବୃଦ୍ଧି ପାଇ ୯୪ ହଜାର ୧୫୦ ଟଙ୍କା ହୋଇଛି । ରାଜନୈତିକ ଅସ୍ଥିରତା ଏବଂ ଅନିଶ୍ଚିତତା ମଧ୍ୟରେ ସୁନାରେ ବଢ଼ିଛି ନିବେଶ । ଏହା ଦରକୁ ଉପରମୁହାଁ କରୁଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି ।

Har Ghar Tiranga