ନିକଟରେ ରବିନାଙ୍କ ଝିଅ ରାଶା ଥଡାନୀ ବିଟାଉନ୍ ଡେବୁ୍ୟ କରିଛନ୍ତି । ନିଜର ପ୍ରଥମ ଫିଲ୍ମକୁ ନେଇ ବେଶ୍ ଖୁସି ଅଛନ୍ତ ରାଶା । ତେବେ ନିକଟରେ ଆଉ ଏକ ବିଷୟନେଇ ସେ ଚର୍ଚ୍ଚାରେ ରହିଛନ୍ତି । ମାତ୍ର ୧୯ବର୍ଷରେ ସେ ଖୁବ ଭଗବତ୍ ବିଶ୍ୱାସୀ । ଏତେ କମ ବୟସରେ ବି ସେ ସମସ୍ତ ଜ୍ୟୋର୍ତିଲିଙ୍ଗଙ୍କୁ ଦର୍ଶନ କରିସାରିଛନ୍ତି । ଏହା ତାଙ୍କ ଫ୍ୟାନଙ୍କୁ ଖୁବ ପ୍ରଭାବିତ କରିଛି । ସମସ୍ତେ ତାଙ୍କର ଏଭିଳି ଭାବକୁ ଖୁବ ପ୍ରଶଂସା କରିବା ସହିତ ଅନ୍ୟ ଷ୍ଟାରକିଡ୍ଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ନିଜର ପ୍ରଥମ ଫିଲ୍ମର ଗୀତରୁ ସେ ଟ୍ରେଣ୍ଡରେ ରହିବା ଆରମ୍ଭ କରିଛନ୍ତି । ତାଙ୍କ ଫିଲ୍ମର ଗୀତ ଉଇ ଅମ୍ମା ବର୍ତ୍ତମାନ ଅନେକ ସମୟରେ ରିଲ ଟ୍ରେଣ୍ଡ୍ରେ ରହିବା ସହିତ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ରାଶାଙ୍କ ମାଆ ରବିନା ଟଣ୍ଡନ ମଧ୍ୟ ଝିଅଙ୍କର ଡେବୁ୍ୟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ବିଭିନ୍ନ ସମୟରେ ଓ ବିଭିନ୍ନ ପ୍ଲାଟ୍ଫର୍ମରେ ସେ ରାଶାଙ୍କୁ ପ୍ରୋମୋଟ କରୁଥିବାର ନଜର ଆସିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)