ଭୁବନେଶ୍ୱର : ସୁନା ବଜାରରେ ନିଆଁ I ବିବାହ ଋତୁରେ ହୁ ହୁ ହୋଇ ବଢିଚାଲିଛି ସୁନା ଦର । ଯାହା ଏବେ ଗ୍ରାହକଙ୍କ ଚିନ୍ତାର କାରଣ ପାଲଟିଲାଣି । କିଛି ଦିନ ପୂର୍ବରୁ ୧୦ ଗ୍ରାମ ସୁନା ପିଛି ୮୦ ହଜାର ଟଙ୍କା ଥିବା ବେଳେ ବର୍ତ୍ତମାନ ସୁନା ଦର ବଢି ୮୫ ହଜାର ହେଲାଣି । ଆଉ ଆଗକୁ ଏହି ସୁନା ଦର ଲକ୍ଷେ ଛୁଇଁବ ବୋଲି ଅନୁମାନ କରାଯାଉଛି ।
ରାଜଧାନୀ ଭୁବନେଶ୍ୱରରେ ଆଜି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧,୦୫୦ ଏବଂ ୧,୧୫୦ ଟଙ୍କା ମହଙ୍ଗା ହୋଇଛି । ଉଭୟର ଦର ଯଥାକ୍ରମେ ୭୮,୧୦୦ ଟଙ୍କା ଏବଂ ୮୫,୨୦୦ ଟଙ୍କା ହୋଇଛି । ନୂଆବର୍ଷରେ ସୁନା ୬,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧୦୦୦ ଟଙ୍କା ହ୍ରାସ ପାଇ ୧,୦୬,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି । ଗତବର୍ଷ ସୁନା ଦର ୨୦.୨୨% ବଢିଛି । ସେହିଭଳି ରୁପା ୧୭.୧୯% ରିଟର୍ଣ୍ଣ ଦେଇଛି । ତେବେ ଭୂ-ରାଜନୈତିକ ସମସ୍ୟା ଏବଂ ବିଭିନ୍ନ ପ୍ରକାର ଅନିଶ୍ଚିତତା ମଧ୍ୟରେ ସୁନାର ଚମକ ବଢୁଥିବା ବେଳେ ଆଜି ସୁନା ଦରରେ ବଡ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)