ଲକଡାଉନରେ ରାମଲାଲାଙ୍କ ଝୁଲାରେ ଟଙ୍କା ବର୍ଷା; ମନ୍ଦିର ନିର୍ମାଣ ପାଇଁ ଦାନ କଲେ ୪.୬୦ କୋଟି

Edited by Papu Mohanty

ଭୁବନେଶ୍ୱର : ମେ ୨୫:କରୋନା ପାଇଁ ଦେଶରେ ରହିଛି ଲକଡାଉନ୍‌ । ଦେଶରେଥିବା ମଠ ମନ୍ଦିର ଗୁଡିକୁ ଭକ୍ତଙ୍କ ସମାଗମ ଉପରେ ଜାରି କରାଯାଇଛି କଟକଣା । ଫଳରେ ମନ୍ଦିର ଗୁଡିକରେ ଭକ୍ତଙ୍କ ଦାନ ପରିମାଣରେ ହ୍ରାସ ପାଇଛି । ଯଦ୍ୱାରା ମନ୍ଦିରଗୁଡିକର ଆୟ ବାଧାପ୍ରାପ୍ତ ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ଅଯୋଧ୍ୟାରେ ରାମଲାଲାଙ୍କ ପାଇଁ ଭକ୍ତମାନେ ଏକ ଅନନ୍ୟ ଭକ୍ତିପୁତ୍ତ ଆଚରଣ ପ୍ରଦର୍ଶନ କରିଛନ୍ତି ।
ସେମାନେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିର ନିର୍ମାଣ ପାଇଁ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିଥିଲେ । ସାରା ବିଶ୍ୱରୁ ଦାତାମାନେ ବିନା ଅସୁବିଧାରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଯେପରି ଅର୍ଥ ସହୟତା କରିପାରିବେ ତାହାହିଁ ଥିଲା ଏହାର ଉଦ୍ଦେଶ୍ୟ । ବର୍ତ୍ତମାନ ସେମାନଙ୍କର ଏହି ଉଦ୍ୟମ ସଫଳ ହୋଇଛି । ଆକାଉଣ୍ଟକୁ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରୁ ରାମଲାଲାଙ୍କ ଭକ୍ତମାନେ ୪ କୋଟି ୬୦ ଲକ୍ଷ ଟଙ୍କା ଦାନ କରିସାରିଲେଣି । ଯାହା ମନ୍ଦିର ନିର୍ମାଣ ପାଇଁ ନିଶ୍ଚିତ ଭାବେ ଶୁଭ ସୂଚନା ।

Comments are closed.