ଭୁବନେଶ୍ୱର: ମେ ୨୮:କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ବନ୍ଦେ ଉକିଳ ଜନନୀ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ଏହା ଗାନ କରିବାକୁ ସେ ନିବେଦନ କରିଛନ୍ତିି । କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କିଛି ସମୟ ବାହାର କରିବାକୁ ସେ ଆହ୍ୱାନ କରିବା ସହିତ କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଓଡ଼ିଆମାନେ ଅଛନ୍ତି, ସେହି ସ୍ଥାନରେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖି ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କରିଛନ୍ତି ନବୀନ । କରୋନା ଓଡ଼ିଶାକୁ ଆସିବାର ୨ ମାସରୁ ଅଧିକ ହୋଇଗଲାଣି । ଏହାର ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପକୁ ବିଶ୍ୱବ୍ୟାପି ପ୍ରଶଂସା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed.