ମହିଳାଙ୍କୁ ଅସଦାଚରଣ,ଏଏସଆଇ ଗିରଫ

0

ଭୁବନେଶ୍ୱର: ଆଇନର ରକ୍ଷକ ହୋଇ ସାଜିଲେ ଭକ୍ଷକ । ଖାକି ରେ ପୁଣି ଲାଗିଲା ଦାଗ । ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଅସଦାଚରଣ କରି ବନ୍ଧା ହେଲେ ପୋଲିସ ବାବୁ । ଏଭଳି ସଂଗୀନ ଘଟଣାରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଏଏସଆଇଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ନୟାପଲ୍ଲୀ ଥାନା ଏଏସ୍‌ଆଇ ରଞ୍ଜିତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଘଟନାନୁସାରେ,ନୟାପଲ୍ଲୀ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ଅସହାୟ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଏଏସଆଇ ରଞ୍ଜିତ ଦାସ । ବିବାହର ପ୍ରତିଶୃତି ଦେଇ କିଛି ଦିନ ତାଙ୍କ ସହ ସମ୍ପର୍କରେ ରହିବା ପରେ ଗାଳିଗୁଲଜ କରିବା ସହ ତାଙ୍କୁ ନିର୍ଯାତନା ଦେଇଥିଲେ ରଞ୍ଜିତ । ନିର୍ଯାତନାର ଶିକାର ହେବା ପରେ ପୀଡିତା ମହିଳାଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ମହିଳା ଥାନା ପୋଲିସ ନୟାପଲ୍ଲୀ ଏଏସଆଇ ରଞ୍ଜିତଙ୍କୁ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ତେବେ ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କୌଣସି ନାହିଁ ।

Leave A Reply

Your email address will not be published.