ମାର୍ଚ୍ଚ ୮ ସୁଦ୍ଧା ଦିଲ୍ଲୀରେ ମହିଳାଙ୍କୁ ମିଳିବ ମାସିକ ୨୫୦୦ ଟଙ୍କା

0

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ମିଳିବ ବୋଲି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା। ବିଜେପିର ଏହି ପ୍ରତିଶ୍ରୁତି ପୂରଣ ହେବ ବୋଲି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୁଣିଥରେ ନିଶ୍ଚିତ କରିଛନ୍ତି । ରେଖା ଗୁପ୍ତା କହିଛନ୍ତି, ତାଙ୍କ ସରକାର ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ମହିଳାମାନଙ୍କୁ ପ୍ରଥମ କିସ୍ତି ମାସିକ ୨୫୦୦ ଟଙ୍କା ଦେବ। ବିଜେପି ଦ୍ବାରା ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ ହେବ ବୋଲି କହି ରେଖା କହିଛନ୍ତି, ‘ଦିଲ୍ଲୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ପୂରଣ କରିବା ଆମ ଦାୟିତ୍ବ। ମାର୍ଚ୍ଚ ୮ ସୁଦ୍ଧା ମହିଳାମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ଆର୍ଥିକ ସହାୟତା ପାଇବେ ବୋଲି ରେଖା କହିଛନ୍ତି।

Leave A Reply

Your email address will not be published.