ବିଜୟ ଦେବରକୋଣ୍ଡାଙ୍କୁ ନିକଟରେ ଫିଲ୍ମ ଲାଇଗରରେ ଦେଖିବାକୁ ମିଳିଥିଲା । ଏଥିରେ ସେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହିତ ନଜର ଆସିଥିଲେ । ହେଲେ ଏହି ଫିଲ୍ମଟି ବକ୍ସ ଅଫିସ୍ରେ ସେଭଳି କିଛି କମାଲ କରି ପାରିନଥିଲା । ଏହାପରେ ଦର୍ଶକ ଭାବିଥିଲେ ବିଜୟଙ୍କ ପାଇଁ ହିନ୍ଦି ଫିଲ୍ମର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା । ହେଲେ ଏଭଳି ନୁହେଁ ବିଜୟଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର ରହିଛି । ଖୁବଶୀଘ୍ର କରଣ ଜୋହର ବିଜୟଙ୍କୁ କାଷ୍ଟ କରିବାକୁ ଯାଉଛନ୍ତି । ଏନେଇ ଆଲୋଚନା ଜାରି ରହିଥିବା ଜଣା ପଡିଛି । ଏହି ପ୍ରୋଜେକଫ ସମ୍ପର୍କରେ ଆଉ କୌଣସି ସୂଚନା ନଥିଲେ ବି ଫ୍ୟାନ୍ମାନେ ଏବିଷୟରେ ଆଲୋଚନା ଆରମ୍ଭ କରିଛନ୍ତି । ସେହିଭଳି ସେମାନେ ଆଶା ରଖିଛନ୍ତି ବିଜୟ ଏଥର ତାଙ୍କୁ ପୂର୍ବ ଫିଲ୍ମ ଲାଇଗର ଭଳି ନିରାଶ କରିବେନି ।