କମର୍ସିଆଲ ଗ୍ୟାସ ଦର ବୃଦ୍ଧି

0

ନୂଆଦିଲ୍ଲୀ : ମାର୍ଚ୍ଚ ଆରମ୍ଭ ବେଳକୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । କିଛି ଦିନ ବ୍ୟବଧାନରେ ପୁଣି ମହଙ୍ଗା ହେଲା ଏଲପିଜି। ସରକାରୀ ତୈଳ କମ୍ପାନୀ ଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ସିଲିଣ୍ଡର ଦର ଏବେ ୧୭୯୭ରୁ ବଢି ୧୮୦୩ ଟଙ୍କା ହୋଇଛି । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ବଜେଟ୍ ଦିନ ୭ ଟଙ୍କା କମିଥିଲା । ଅନ୍ୟପଟେ ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

ସେହିପରି ଗତ ଜାନୁଆରୀ ପହିଲାରେ କମର୍ସିଆଲ ଗ୍ୟାସ ଦର ୧୪.୫୦ ଟଙ୍କା କମିଥିଲା । ପ୍ରତିମାସର ଉଭୟ କମର୍ସିଆଲ ଓ ଘରୋଇ ସିଲିଣ୍ଡର ଗ୍ୟାସ ଦର ପରିବର୍ତ୍ତନ ହୋଇଥାଏ ।

ସୂଚନା ଥାଉକି, ତେଲ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜିର ମୂଲ୍ୟ ସଂଶୋଧନ କରନ୍ତି। ଆଜି ସେହିପରି କମର୍ସିଆଲ ଗ୍ୟାସ ଦରରେ ବୃଦ୍ଧି କରାଯାଇଛି ।

 

 

Leave A Reply

Your email address will not be published.