ସବୁବେଳେ ଲୋକମାନେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣି ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଚାହିଁ ଥାଆନ୍ତି । ଶରୀର ଓ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଏହା ଜରୁରୀ ହୋଇଥାଏ । ତେବେ ବେଳେବେଳେ କିଛିଜଣ ଏହି କାମକୁ ଗୋଟିଏ ଦିନରେ କରିବାକୁ ଚାହିଁଥାଆନ୍ତି । ତେଣୁ ଆରମ୍ଭରୁ ଏମାନେ ଖୁବ ଜୋରସୋରରେ କାମ କରିଥାଆନ୍ତି । ହେଲେ ଏହି ଏନର୍ଜି ମାତ୍ର ଚାରି ଛଅ ଦିନରେ ସରିଯାଇଥାଏ । ଏହାପରେ ସେମାନେ ପୁଣି ସେଇ ପୁରୁଣା ଜୀବନ ବଞ୍ଚିବାକୁ ଆରମ୍ଭ କରିଥାଆନ୍ତି । ହେଲେ ଏହି ପ୍ରକ୍ରିୟା ଭୁଲ ଅଟେ ନିଜ ଜୀବନରେ କିଛି ପରିବର୍ତ୍ତନ କରିବା ପାଇଁ । ତେଣୁ ସବୁବେଳେ ଛୋଟଛୋଟ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ଯଦି ଜୀବନରେ ଛୋଟଛୋଟ ପରିବର୍ତ୍ତନରୁ ଆରମ୍ଭ କରିବେ ତେବେ ଯାହା ବଦଳାଇବାକୁ ଚାହୁଁଛନ୍ତି ତାହା ଖୁବ ସରଳଭାବ ପରିବର୍ତ୍ତନ ହୋଇପାରିବ ଏବଂ ଆପଣ ଏକ ସୁସ୍ଥ ଜୀବନ ବଞ୍ଚିପାରିବେ । ପ୍ରଥମେ ଦୈନନ୍ଦିନ ଜୀବନରେ ଯାହାକୁ ବଦଳାଇବାକୁ ଚାହୁଁଛନ୍ତି ସେ ନେଇ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ଏହାପରେ ସେହି ଉପରେ କାମ କରିବା ଆରମ୍ଭ କରନ୍ତୁ । ଯାହାଫଳରେ ଆପଣଙ୍କୁ ସହଜ ଲାଗିବ ରୁଟିନ୍ ବଦଳାଇବା ପାଇଁ । ନିଜର ଖାଇବା ପିଇବା ଶୈଳୀରେ ମଧ୍ୟ ପରିବର୍ତ୍ତନ ଆଣନ୍ତୁ ଏହାର ଖୁବ ଗଭୀର ପ୍ରଭାବ ରହିଥାଏ । ଠିକ୍ ସମୟରେ ଶୋଇବା ଓ ଉଠିବା ଆପଣଙ୍କୁ ସୁସ୍ଥ ରଖିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ସେହିଭଳି ସବୁଦିନ କିଛି କିଛି ବ୍ୟାୟାମ କରନ୍ତୁ । ମନକୁ ଖୁସି କରିବା ଭଳି କାର୍ଯ୍ୟ କରନ୍ତୁ, ଦେଖିବେ ଜୀବନରେ ଅନେକ ପରିବର୍ତ୍ତନ ଆସିବ ।