ଭୁବନେଶ୍ୱର : ଅନ୍ଧ ବିଶ୍ୱାସର କରୁଣ ପରିଣତି । ମାସକର ଛୁଆକୁ ଭୋଗିବାକୁ ପଡିଛି ଅକଥନୀୟ କଷ୍ଟ । ଶିଶୁର ଦେହରେ ଦେଖିବାକୁ ମିଳିଛି ୩୦ ରୁ ୪୦ ଚେଙ୍କ। ଫଳରେ ଶିଶୁଟି ଗୁରୁତର ହୋଇପଡ଼ିବାରୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରିବାକୁ ପଡିଛି । ଏଭଳି ଉଦବେଗ ଜନକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଫୁଣ୍ଡେଲପଡାରେ। ପିଲାଟିକୁ ନବରଙ୍ଗପୁର ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତର ଫୁଣ୍ଡେଲପଡା ଗାଁର ସରୋଜ କୁମାର ନାୟକଙ୍କ ୧ ମାସର ପୁଅ ଜନ୍ମ ହେବାର ୧୦ ଦିନ ପର ଠାରୁ ଜୋର ରେ ଭାଙ୍ଗି ମୋଡି ହୋଇ କାନ୍ଦୁଥିଲା । ପିଲାଟି କାନ୍ଦୁଥିବାରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତା’ମୁଣ୍ଡ ଏବଂ ପେଟରେ ୩୦ ରୁ ଅଧିକ ଚେଙ୍କ ଦେଇଥିଲେ । ଚେଙ୍କ ନେବା ପରେ ପିଲାଟି କାନ୍ଦିବା ବନ୍ଦ କରିବା ପରିବର୍ତ୍ତେ ତାର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହୋଇଥିଲା। ପରେ ପିଲାଟିକୁ ନବରଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଶିଶୁଟିର ଚିକିତ୍ସା କରୁଛନ୍ତି । ଚିକିତ୍ସା ପରେ ଶିଶୁଟି ଭଲ ଥିବା କହିଛନ୍ତି ଡାକ୍ତର । ଅତିଶୀଘ୍ର ଭଲ ହୋଇ ଯେପରି ଘରକୁ ଫେରିବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସବୁ ପ୍ରକାର ଚିକତ୍ସାରେ ସହଯୋଗ କରାଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।