ସ୍କାନ କରି ଜାଣିହେବ ରେଟିନା ସମସ୍ୟା

0

ବର୍ତ୍ତମାନ ଏଆଇର ବ୍ୟବହାର ବିଭିନ୍ନ କ୍ଷେତ୍ରରେ କରାଯାଉଛି । ଏହାର ନୂତନ ଜ୍ଞାନକୌଶଳ ବ୍ୟବହାରରେ ଭିନ୍ନଭିନ୍ନ ଅସାଧ୍ୟ କାର୍ଯ୍ୟକୁ ସହଜରେ କରାଯାଇପାରୁଛି । ଏକ ନୁଆ ରିସର୍ଚ୍ଚ ଅନୁସାରେ ଏଆଇକୁ ବ୍ୟବହାର କରି ଆମ ଆଖିକୁ କେବଳ ସ୍କାନ କରି ଏହାର ରେଟିନାରେ ଥିବା ରୋଗ ସମ୍ବନ୍ଧରେ ଜାଣିହେବ । ଇନହେରିଟେଡ୍‌ ରେଣ୍ଟାଲ୍‌ ଡିଜିଜ୍‌ ବା ଆଇଆର୍‌ଡି ସମସ୍ୟାକୁ ଚିହ୍ନଟ କରିବା ବେଶ କଷ୍ଟସାଧ୍ୟ ହୋଇଥାଏ । ଏହି ରୋଗ ବ୍ୟକ୍ତିଙ୍କର ଜିନ୍‌ ଅନୁସାରେ ପରିବର୍ତ୍ତନ ହେଉଥିବାରୁ ଏହାକୁ ଚିହ୍ନଟ କରିବା କଷ୍ଟ ହୋଇଥାଏ । ତେଣୁ ଏଆଇ ସାହାଯ୍ୟରେ ବର୍ତ୍ତମାନ ଏହାକୁ ସହଜରେ ଚିହ୍ନଟ କରିବା ସହିତ ଏହାର ଚିକିତ୍ସା ମଧ୍ୟ କରିହେବ । ଲଣ୍ଡନୟୁନିଭର୍ସିଟିର କେତେଜଣ ଗବେଷକ ଆଇ ୨ ଜେନ ନାମକ ଏହି ଏଆଇ ସିଷ୍ଟମକୁ ପ୍ରସ୍ତୁତ କରିଛନ୍ତି, ଯାହା ସ୍କାନ ସାହାଯ୍ୟରେ ଆମ ରେଟିନାରେ ଥିବା ସମସ୍ୟାକୁ ଚିହ୍ନି ପାରିବ । ଆଗକୁ ଏହା ସ୍ୱାସ୍ଥ୍ୟ ବିଭାଗ ପାଇଁ ବେଶ ଉପକାରୀ ହେବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.