ବର୍ଷିଲେ କଙ୍ଗନା

0

ସାନ୍ୟା ମଲହୋତ୍ରାଙ୍କ ଫିଲ୍ମ ମିସେସ୍‌ ବର୍ତ୍ତମାନ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ତେବେ ଏହି ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିବାରେ ଲାଗିଛି । କିଛି ଏହାକୁ ପସନ୍ଦ କରୁଥିବାବେଳେ କିଛି ଏହାକୁ ନା ପସନ୍ଦ କରୁଛନ୍ତି । ସୂଚନା ଅନୁସାରେ ଏହି ଫିଲ୍ମରେ ଜଣେ ଗୃହିଣୀଙ୍କ କାହାଣୀ ଦେଖାଯାଇଛି, ଯିଏ ଶାଶୁଘରେ କାମ କରିବା ପାଇଁ ନିଜ ସ୍ୱପ୍ନର ତଣ୍ଟି ଚିପି ଦେଇଛନ୍ତି । ତେବେ କିଛି ଫିଲ୍ମଟି ବହୁତ ପୁରୁଣା ଘଟଣାକୁ ନେଇ ନିର୍ମାଣ କରାଯାଇଛି ବୋଲି ମନ୍ତବ୍ୟ ଦେଉଛନ୍ତି । ବର୍ତ୍ତମାନ ଆଉ ଏଭଳି ହେଉ ନାହିଁ ବୋଲି ସେମାନେ ମତ ରଖୁଛନ୍ତି । ତେବେ ଫିଲ୍ମକୁ ନାପସନ୍ଦ କରୁଥିବା ଲୋକଙ୍କ ତାଲିକାରେ ଯୋଡି ହୋଇଛନ୍ତି ବିଲିଉଡ କୁଇନ୍‌ କଙ୍ଗନା ରାଣାୱତ । ସେ ଫିଲ୍ମର ନାଁ ନନେଇ ଏହାକୁ ନିନ୍ଦା କରିଛନ୍ତି । ସେ ଫିଲ୍ମର କନ୍‌ସେପଫକୁ ଖରାପ କହିଛନ୍ତି । କଙ୍ଗନାଙ୍କ ମତରେ ବିବାହ ଘରର ବଡ ମାନଙ୍କର ଯନି ନେବା ପାଇଁ କରାଯାଇଥାଏ, ଏଭଳି ହେବାରେ କିଛି ଅସୁବିଧା ନାହିଁ ବୋଲି କଙ୍ଗନା ମତ ଦେଇଛନ୍ତି । କଙ୍ଗନା ଏନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଆଜିକାଲି ସେ ଏଭଳି କୌଣିସ ସ୍ତ୍ରୀ ଲୋକ ଦେଖୁନାହାନ୍ତି ଯିଏ ନିଜ ଘରେ ଅର୍ଡର ନେଦଉଛି । ବର୍ତ୍ତମାନ ସେଭଳି ଯୁଗ ନାହିଁ ବୋଲି କଙ୍ଗନା କହିଛନ୍ତି । ତେଣୁ ଫିଲ୍ମରେ ଆଉ ସେଭଳି ଷ୍ଟୋରୀ ଦେଖାନ୍ତୁ ନାହିଁ ବୋଲି କଙ୍ଗନା ମତ ଦେଇଛନ୍ତି । ଆଜିକାଲି ଯୁଗ ବଦଳିଲାଣି, ଦର୍ଶକଙ୍କୁ ଆଉ ବୋକା ନ ବନେଇବା ପାଇଁ କଙ୍ଗନା ମେକର୍ସଙ୍କୁ ଅନୁରୋଧ କରିଛନ୍ତି । ସେହିଭଳି କିଛି ଫ୍ୟାନ୍‌ କଙ୍ଗନାଙ୍କୁ ତାଙ୍କ ପୋଷ୍ଟରେ ସପୋର୍ଟ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

 

Leave A Reply

Your email address will not be published.