ତମ୍ମନା ଭାଟିଆ ଓ ଅଭିନେତା ବିଜୟ ବର୍ମା ନିଜ ରିଲେସନ୍ସିପ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥାଏ । ଉଭୟ ନିଜର ସମ୍ପର୍କକୁ ସବୁବେଳେ ସମସ୍ତଙ୍କ ଆଗରେ ରଖିବାକୁ କୁଣ୍ଠାବୋଧ ମଧ୍ୟ କରନ୍ତି ନାହିଁ । ତେବେ ନିକଟରେ ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ବ୍ରେକ ଅପ୍ ହୋଇଛି । ଉଭୟେ ଉଭୟଙ୍କୁ ଭଲ ସାଙ୍ଗଭାବେ ଜୀବନସାରା ରଖିବାକୁ ଚାହୁଁ ଥିବାରୁ ସୋସିଆଲ ମିଡିଆରେ ଏବେ ବି ସେମାନେ ଫ୍ରେଣ୍ଡ୍ ଅଛନ୍ତି । ତେବେ ଏହି ଖବରଟିକୁ ଫ୍ୟାନ୍ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସେମାନଙ୍କ ପ୍ରିୟ କପଲଙ୍କ ବ୍ରେକଅପ ସେମାନଙ୍କୁ ନିରାଶ କରିଛି । ସେମାନେ ଏହାକୁ ଏକ ଗୁଜବ ବୋଲି ବିବେଚନା କରୁଛନ୍ତି । ଲଷ୍ଟ ଷ୍ଟୋରିଜ -୨ର ସୁଟିଂ ସେଟ୍ରେ ଉଭୟ ନିକଟତର ହୋଇଥିଲେ । ଏହାପରେ ଉଭୟଙ୍କ ଭିତରେ ସମ୍ପର୍କର ଆରମ୍ଭ ହୋଇଥିଲା । ପୂର୍ବରୁ ମଧ୍ୟ ଅନେକ ସମୟରେ ତମ୍ମନାଙ୍କ ନାଁ ଅନେକ ଲୋକଙ୍କ ସହିତ ଯୋଡା ଯାଇଛି ଯାହା ପରେ ଗୁଜବ ବୋଲି ଜଣାପଡିଛି । ତେଣୁ ଫ୍ୟାନ୍ମାନେ ଆଶା କରୁଛନ୍ତି ଏହା ବି ଏକ ଗୁଜବ ହୋଇଥାଉ ଏବଂ ଉଭୟଙ୍କ ମଧ୍ୟରେ ସବୁ ଠିକ୍ ଚାଲିଥାଉ ।