ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

0

କଟକ:ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି।ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ ମିଳିଛି।୨୦୧୦ରୁ ଏପ୍ରିଲ୍‌ ୧୩ରୁ କଲିକତା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । ନ୍ୟାୟ ପାଳିକାରେ ତାଙ୍କର ଅଭିଜ୍ଞତା ରହିଛି।

ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେଇଥିଲେ । ଜଷ୍ଟିସ ସିଂଙ୍କ ଅବସର ପରେ ଏହି ସ୍ଥାୟୀ ପଦବୀ ଖାଲି ପଡ଼ିଥିଲା । ତେବେ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିଶ କରିଛି ସୁପ୍ରିମକୋର୍ଟ କଲେଜିୟମ ।

Leave A Reply

Your email address will not be published.