ଭୁବନେଶ୍ୱର : ଭୁବନେଶ୍ୱରରେ ଅଚଳ ହୋଇପଡିଛି ଏସଵିଆଇ ଏଟିଏମ । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏଟିଏମ ଗୁଡିକରେ ତାଲା ପଡିଛି । ଆଉ ନୋଟିସ ଲାଗିଛି ଏଟିଏମଟି ସାମୟିକ ଭାବେ ବନ୍ଦ ଅଛି ସେବା ବାଧାପ୍ରାପ୍ତ ପାଇଁ ଦୁଃଖିତ । ଦୁଇ ମାସ ହେବ ଟଙ୍କା ଉଠିପାରୁ ନଥିବାରୁ ନିରାଶ ହୋଇ ଫେରୁଛନ୍ତି ଗ୍ରାହକ । ସମସ୍ୟାର ସମାଧାନ ଶୀଘ୍ର ହେଲେ ସୁବିଧା ପାଇ ପାରିବେ ବୋଲି ସାଧାରଣ ଲୋକମାନେ କହିଛନ୍ତି ।