ତାରା ବାହିନୀପତି ୭ ଦିନ ପାଇଁ ଗୃହକାର୍ଯ୍ୟରୁ ନିଲମ୍ବିତ

0

ଭୁବନେଶ୍ୱର : ତାରା ବାହିନୀପତି ଗୃହରୁ ନିଲମ୍ବିତ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରୁ ନିଲମ୍ବିତ । ୭ ଦିନ ପାଇଁ ଗୃହକାର୍ଯ୍ୟରୁ ନିଲମ୍ବିତ । ଆଜି ବିଧାନସଭାରେ ଶାସକ-ବିରୋଧୀ ହାତିହାତି, ଠେଲାପଲା ହୋଇଥିଲେ । ବରିଷ୍ଠ ବିଧାୟକ- ବିଧାୟକଙ୍କ ମଧ୍ୟରେ କଥା କଟାକଟି ଯାଇଥିଲା କଲର ଧରାଧରି ପର୍ଯ୍ୟନ୍ତ । ବିଧାୟକ ତାରା ପ୍ରସାଦ ବାହିନୀପତି ପୋଡ଼ିଅମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଏବେ ବିଜେଡି ପକ୍ଷରୁ ଦାବି ହୋଇଛି ।

ବିଧାନସଭା ମାର୍ସଲଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ ମିଳିଛି । ଆଜିଠାରୁ ୭ଟି କାର୍ଯ୍ୟ ଦିବସ ପାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ନିଲମ୍ବିତ ହୋଇଛନ୍ତି। ତେଣୁ ସେ ଆଉ ଗୃହ କାର୍ଯ୍ୟରେ ଯୋଗ ଦେଇ ପାରିବେ ନାହିଁ। ତାଙ୍କୁ ଗୃହରୁ ବାହାରକୁ ନେବା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ ।

ବାଚସ୍ପତିଙ୍କ ଘୋଷଣା ପରେ ଗୃହରେ କଂଗ୍ରେସ ବିଧାୟକମାନେ ଧାରଣା ଦେଇଥିଲେ। ମୁହଁରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣା ଦେଇଥିଲେ। ପରେ ବିଧାନସଭା ପରିସରରେ ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ। ନିଲମ୍ବନ ପରେ ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି ତାରା ବାହିନୀପତି। ରାତି ସାରା ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.