ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ : ବିଜେପି

0

ଭୁବନେଶ୍ୱର: ଦେଶରେ ଇଣ୍ଡି ମେଂଟର କିଛି ରାଜନୈତିକ ଦଳ ମାନେ ଡିଲିମିଟେସନକୁ ନେଇ ଅଯଥାରେ ମିଥ୍ୟାପ୍ରଚାର କରୁଛନ୍ତି, ବିବାଦୀୟ ବୟାନ ଦେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଦେଶର ଗଣତନ୍ତ୍ରକୁ ସୁଦୃଢ କରିବ । ସାରା ଦେଶ ଡିଲିମିଟେସନ ସପକ୍ଷରେ ଥିବା ବେଳେ ତାମିଲନାଡୁର ଶାସକ ଦଳ ଡିଏମକେ ସେମାନଙ୍କର ଚିରାଚରିତ ବିଭାଜନକାରି ଏଜେଣ୍ଡାକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ଏବେ ଏଥିରେ ବିଜୁ ଜନତା ଦଳ ମଧ୍ୟ ସାମିଲ ହେବା ପ୍ରମାଣିତ କରୁଛି ଯେ ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ । ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ଏବେ ବିଜେଡି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଂଟ ମୁହାଁ ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

ଓଡିଶା ରାଜନୀତିକୁ ତାମିଲକରଣର କରିବାର ଅପଚେଷ୍ଟାର ଜବାବ ଚଳିତ ନିର୍ବାଚନରେ ଓଡିଶାର ଲୋକେ ଦେଇଥିଲେ । ଆଜି ନବୀନ ବାବୁ ବିଧାନସଭା ନଯାଇ ଘରେ ରହି ତାମିଲନାଡୁର ଶାସକଦଳ ଡିଏମକେର ଜଣେ ମନ୍ତ୍ରୀ ଓ ଜଣେ ସାଂସଦଙ୍କୁ ଭେଟିବା ପ୍ରମାଣିତ କରୁଛି ଯେ ନବୀନ ବାବୁ ଏବେ ବି ତାମିଲଛାପରୁ ମୁକ୍ତି ପାଇପାରିନାହାନ୍ତି । ଡିଲିମିଟେସନ କରାଗଲେ ଓଡିଶାର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବଢିବ । ଦେଶର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟକରିସାରିଛନ୍ତି ଯେ ସମସ୍ତ ରାଜ୍ୟର ଲୋକସଭା ଆସନ ସଂଖ୍ୟା ବଢିବ ପଛେ କାହାର କମିବ ନାହିଁ । ତେଣୁ ଡିଲିମିଟେସନ ବିରୋଧରେ ଅପପ୍ରଚାର କରି କିଛି ରାଜନୈତିକ ଦଳ ଏହାର ବିରୋଧ କରି ଏହାକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ଓଡିଶା ସବୁବେଳେ ଜାତୀୟ ସ୍ରୋତରେ ସାମିଲ ରହିଆସିଛି । ଦେଶରେ ଡିଏମକେ ଭଳି ଦଳମାନେ ସବୁବେଳେ ଜାତୀୟ ସ୍ରୋତର ବିରୋଧରେ ଯାଇଛନ୍ତି । ବିଜୁ ଜନତା ଦଳ ସେମାନଙ୍କ ସହିତ ହାତ ମିଳାଇଛି କି, ଏନେଇ ବିଜେଡି ସ୍ପଷ୍ଟିକରଣ ଦେବା ଉଚିତ୍ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.