ସାମ୍ବାଦିକଙ୍କ ଉପରୁ ହଟିଲା ମୋବାଇଲ କଟକଣା

0

ଭୁବନେଶ୍ୱର : ସାମ୍ବାଦିକ ଓ ବାଚସ୍ପତିଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି । ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିବା ବେଳେ ଏଥିରେ ପ୍ରେସ ଗ୍ୟାଲେରୀକୁ ମୋବାଇଲ ଅନୁମତି ମିଳିଛି । ଅନୁମତି ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରୟାସରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ I

ତେବେ ପ୍ରେସ ଗ୍ୟାଲେରୀରୁ କୌଣସି ଫଟୋଗ୍ରାଫି କିମ୍ବା ଭିଡ଼ିଓଗ୍ରାଫି କରାଯାଇ ପାରିବନି। ବିଧାନସଭା ପକ୍ଷରୁ ଦିଆଯାଉଥିବା ଫଟୋଗ୍ରାଫି କିମ୍ବା ଭିଡ଼ିଓଗ୍ରାଫି ବ୍ୟବହାର କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି । ତେଣୁ ଧାରଣା ପ୍ରତ୍ୟାହାର କରି ନ୍ୟୁଜ ପରିବେଷଣ ପାଇଁ ବାଚସ୍ପତି ଅନୁରୋଧ କରିଛନ୍ତି ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି I

ଆଜି ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଯାହାକୁ ବିରୋଧ କରିବା ବିଧାସଭାରେ ପ୍ରଶ୍ନକାଳକୁ ବଏକଟ କରିଛନ୍ତି ସାମ୍ବାଦିକ। ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ । ପୂର୍ବରୁ ସମାନ ଢଙ୍ଗରେ ବିଧାନସଭାକୁ ସାମ୍ବାଦିକଙ୍କ କ୍ୟାମେରା ଉପରେ କଟକଣା ଲଗାଇଥିଲେ ପୂର୍ବ ସରକାର। ଆଉ ଏବେ ବିଜେଡି ଭଳି ବିଜେପି ମଧ୍ୟ ସାମ୍ବାଦିକଙ୍କ ମୋବାଇଲ ଉପରେ କଟକଣା ଲଗାଇଛି।

ସୂଚନାନୁସାରେ,ଗତକାଲି ବିଧାନସଭାରେ ଜୟନାରାୟଣ ମିଶ୍ର ଏବଂ ତାରା ବାହିନୀପତି ଧସ୍ତାଧସ୍ତି ହୋଇଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଗଣତନ୍ତ୍ରର ମନ୍ଦିରରେ ଏଭଳି ଧସ୍ତାଧସ୍ତି ଗାଳି ଗୁଲଜକୁ ସମସ୍ତ ବିରୋଧ କରୁଥିବା ମଧ୍ୟ ଦେଖାଯାଇଥିଲା । ଏହାପରେ ଆଜି ସାମ୍ବାଦିକଙ୍କୁ ମୋବାଇଲ ଫୋନ ବାରଣ କରାଯାଇଥିଲା ।

Leave A Reply

Your email address will not be published.