ରିମାଣ୍ଡରେ ଯିବ ରାଜା ଚକ୍ର ,ଇଓଡବ୍ଲୁର ଆବେଦନ

0

ଭୁବନେଶ୍ୱର : ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଆବେଦନ। ୫ ଦିନ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ଇଓଡବ୍ଲୁ ।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟର ଦୁର୍ନୀତି ମାମଲାରେ ରାଜା ବାଲେଶ୍ୱର ଜେଲରେ ଅଛନ୍ତି। ଗତ ୧୩ ତାରିଖରେ ରାଜା ଚକ୍ରକୁ ଗିରଫ କରିଥିଲା ଇଓଡବ୍ଲୁ । କୋର୍ଟରେ ହାଜର ହେବା ପରେ ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ ରାଜା ଚକ୍ର । ଏହି ଘଟଣାରେ ଫେରାର ଥିବା ତାଙ୍କ ଆଉ ୩ ସହଯୋଗୀଙ୍କୁ ଧରିବା ଲାଗି ଇଓଡବ୍ଲ୍ୟୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି ବେଆଇନ କାର୍ଯ୍ୟରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଇଓଡବ୍ଲ୍ୟୁ ତଦନ୍ତ ଚଳାଇଛି। ପୂର୍ବରୁ ଏହି ମାମଲାରେ ଇଓଡବ୍ଲ୍ୟୁ ସମିତିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା।

Leave A Reply

Your email address will not be published.