ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ହେବ ସାନି ତଦନ୍ତ, ଆଇନମନ୍ତ୍ରୀ

0

ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲା । ପୁଣି ଖୋଲିଲା ହତ୍ୟାକାଣ୍ଡ ଫାଇଲ । ନବଙ୍କ ପରିବାର ଲୋକଙ୍କର ହେଲା ବୟାନ ରେକର୍ଡ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ହେବ ସାନି ତଦନ୍ତ । ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପରିବାରର ସନ୍ଦେହ ଅନୁସାରେ, କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ନିଶ୍ଚିତ ଭାବେ ହତ୍ୟାର ଲିଙ୍କ୍ ଯାହା ସହ ଅଛି ଖୋଲିବ ବୋଲି ଆଶା ଅଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ହତ୍ୟାକାଣ୍ଡରେ ପୂର୍ବ ସରକାର ପରିବାରକୁ ନ୍ୟାୟ ଦେଇପାରିନଥିଲେ । ଯେଉଁଭଳି ତଦନ୍ତ ହେବା କଥା, ସେହିପରି ତଦନ୍ତ ହୋଇନାହିଁ । ଯାହାଫଳରେ ପରିବାର ଏବେବି ନ୍ୟାୟ ଅପେକ୍ଷାରେ ରହିଛି । ପୁରା ତଦନ୍ତ ପକ୍ରିୟାକୁ ନେଇ ପରିବର ଅସହମତି ପ୍ରକାଶ କରିଥିଲେ । ଘଟଣାର ପୁନଃ ତଦନ୍ତ ପାଇଁ ପରିବାର ପକ୍ଷରୁ ଆମ ସରକାରଙ୍କୁ ଲିଖିତ ଭାବେ ଦେଇଥିଲେ ପରିବାର । ତାପରେ ହିଁ ମାନେ ମଙ୍ଗଳବାର (ଆଜି) ଠାରୁ ତଦନ୍ତ ପକ୍ରିୟା ଆରମ୍ଭ ହୋଇଛି । ଝାରସୁଗୁଡ଼ା ସ୍ଥିତ ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ପହଞ୍ଚି ବୟାନ ରେକର୍ଡ କରିଛି । ମୋହନ ମାଝୀଙ୍କ ସରକାର ରାଜ୍ୟବାସୀଙ୍କୁ ଆଶ୍ଵସ୍ତ କରୁଛି, ତଦନ୍ତ ନିରପେକ୍ଷ ଭାବେ କ୍ରିୟାଶୀଳତା ସହ ହେବ । ପୂର୍ବ ସରକାରରେ ତଦନ୍ତ ବାଟବଣା କରାଯାଇଥିଲା, ତଦନ୍ତର ଦିଗ ବାଟବଣା ହୋଇଥିଲା । ସେଭଳି ହେବ ନାହିଁ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।

 

Leave A Reply

Your email address will not be published.