ନୂଆଦିଲ୍ଲୀ: ମହାକୁମ୍ଭ ରୂପରେ ପୂରା ଦୁନିଆ ଭାରତର ଦର୍ଶନ କରିଛି । ଦେଶର କୋଣ ଅନୁକୋଣରେ ଧାର୍ମିକ ଚେତନା ଜ୍ରାଗତ ହୋଇଛି । ମହାକୁମ୍ଭରୁ ଅନେକ ଅମୃତ ବାହାରିଛି । ମହାକୁମ୍ଭରେ ଏକତାର ବିରାଟ ରୂପ ଦେଖିବାକୁ ମିଳିଥିଲା । ସବ୍ କା ପ୍ରୟାସର ଏହା ସାର୍ଥକ ରୂପ । ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରି ଏହା କହିଛନ୍ତି ।
ପ୍ରଥମେ ମହାକୁମ୍ଭର ସଫଳ ଆୟୋଜନ ପାଇଁ ଉତ୍ତର ପ୍ରଦେଶ ପ୍ରଶାସନ ଏବଂ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ଇତିହାସରେ ମହାକୁମ୍ଭ ଏମିତି ଏକ ସମୟର ସାକ୍ଷୀ ଯାହା ୧୮୫୭ କ୍ରାନ୍ତି ପରି । ଭଗତ ସିଂହଙ୍କ ବଳିଦାନ ଏବଂ ଗାନ୍ଧୀଙ୍କ ଦାଣ୍ଡି ମାର୍ଚ୍ଚ ଘଟଣା ଦେଶରେ ଏକ ନୂଆ ମୋଡ ନେଇଥିଲା । ଏମିତି ହିଁ ମହାକୁମ୍ଭର ବିଶାଳ ଆୟୋଜନରେ ହୋଇଛି ।’
‘ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ମହାକୁମ୍ଭରେ ଏକତାର ବିରାଟ ରୂପ ଦେଖିବାକୁ ମିଳିଲା। ଅହଂ ତ୍ୟାଗ କରି ମୁଁ ନୁହେଁ , ଆମେ ଭାବନାରେ ଏକାଠି ହେଲେ। ସଙ୍ଗମ ତୁଠରେ ବୁଡ ପକାଇବା ଏକ୍ ଭାରତ, ଶ୍ରେଷ୍ଠ ଭାରତର ଝଲକ୍। ଅନେକତାରେ ଏକତା ଭାରତର ବିଶେଷତ୍ଵ , ଯାହାକୁ ମୁଁ ମହାକୁମ୍ଭରେ ଅନୁଭବ କଲି। ମହାକୁମ୍ଭରୁ ପ୍ରେରଣା ନେଇ ନଦୀ ଉତ୍ସବ ପରମ୍ପରାକୁ ଆଗକୁ ନେବା। ଏହାଦ୍ଵାରା ଯୁବପିଢି ଜଳର ମହତ୍ଵ ବୁଝିବେ , ନଦୀର ରକ୍ଷା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।