ଘର ବାହୁଡ଼ୁଛନ୍ତି ସୁନୀତା:ଫ୍ଲୋରିଡ଼ା ତଟରେ ଆସନ୍ତାକାଲି ଭୋରରୁ କରିବେ ଲ୍ୟାଣ୍ଡିଂ

0

ସମୟ ବ୍ୟୁରୋ: ପୃଥିବୀ ବାହୁଡ଼ୁଛନ୍ତି ସୁନୀତାଙ୍କ ସହ ୪ ମହାକାଶଚାରୀ ଫ୍ଲୋରିଡ଼ା ତଟରେ ଆସନ୍ତାକାଲି ଭୋରରୁ କରିବେ ଲ୍ୟାଣ୍ଡିଂ । ସୁନୀତାଙ୍କ ଗାଁରେ ଚାଲିଛି ପ୍ରାର୍ଥନା । ଗୁଜରାଟ ମହେସାଣାରେ କୁନି କୁନି ଛାତ୍ରଛାତ୍ରୀଙ୍କ ପ୍ରାର୍ଥନା । ଭାରତ ଆସିବାକୁ ସୁନୀତାଙ୍କୁ ପିଏମ୍ ମୋଦିଙ୍କ ଚିଠି । ସୁନୀତାଙ୍କ ସହିତ ଆଉ ୩ ଜଣ ମହାକାଶକାରୀ ବଚ୍ ୱିଲମୋର, ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋରବୁନୋଭ ମଧ୍ୟ ଫେରୁଛନ୍ତି । ଏମାନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କଙ୍କୁ ଆଇଏସଏସରୁ ଧନ୍ୟବାଦ ଦେଇଛନ୍ତି ସୁନୀତା ୱିଲିୟମ୍ସ ।

ପୃଥିବୀ ପୃଷ୍ଠରୁ ଆଉ ଏକ ମହାକାଶଯାନ ପଠାଇବାର ବ୍ୟବସ୍ଥା ହୋଇଥିଲା । ଶେଷରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସଂସ୍ଥା ପକ୍ଷରୁ ଡ୍ରାଗନକୁ ପଠା ଯାଇଛି, ଯାହାକି ସେଠାରେ ପହଞ୍ଚିଛି । ଏହି ଡ୍ରାଗନରେ ଫେରୁଛନ୍ତି ସୁନୀତା ଓ ତାଙ୍କର ସାଥୀ ମହାକାଶଚାରୀ । ଜଣେ ମହାକାଶଚାରୀ ଆଇଏସଏସରେ ୬ ମାସରୁ ଅଧିକ ଦିନ ରହନ୍ତି ନାହିଁ । କିନ୍ତୁ ସୁନୀତା ଏବଂ ବଚଙ୍କୁ ଗତ ଜୁନରୁ ଏପର୍ଯ୍ୟନ୍ତ ୯ ମାସ ରହିବାକୁ ପଡ଼ିଛି।ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ମିନିଟରେ ଫ୍ଲୋରିଡା ଉପକୂଳରେ ଅବତରଣ କରିବାର ଯୋଜନା ରହିଛି । ଲ୍ୟାଣ୍ଡ କରିସାରିବା ପରେ ସ୍ପେସ ଏକ୍ସ ଟିମ୍ ମହାକାଶ ଟିମକୁ ବାହାରକୁ ଆଣିବ।

 

Leave A Reply

Your email address will not be published.