ଭୁବନେଶ୍ବର: ସୁଭଦ୍ରାକୁ ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଦ୍ବିତୀୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖ ପରେ ସୁଭଦ୍ରା ସର୍ଭେ କରାଯିବ । ଡୋର ଟୁ ଡୋର ଯାଇ ସର୍ଭେ କରାଯିବ ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ରାସନ କାର୍ଡ ଏବଂ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ କିସ୍ତି ପାଇଛନ୍ତି ମାତ୍ର ଆୟ ବୃଦ୍ଧି ଦର୍ଶାଇ ରାସନ କାର୍ଡ ଫେରାଇଛନ୍ତି। କିଏ ଗାଡି କିଣିଛନ୍ତି ଏବଂ କିଏ ୫ ଏକର ଜମି ନ ଥାଇ ଅଧିକ ଧାମ ମଣ୍ଡିରେ ଦେଇଛନ୍ତି। ଏ ନେଇ ମାର୍ଚ୍ଚ ୩୧ ପରେ ଓ୍ବାନ୍ ଟୁ ଓ୍ବାନ୍ ସର୍ଭେ କରାଯିବ। ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀ ମାନେ ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ପାଇବେ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯେଉଁମାନଙ୍କୁ ୨୧ ହେଉଥିବ, ସେମାନେ ଆବେଦନ କରିପାରିବେ।