ଭୁବନେଶ୍ବର: ନବ ଦାସ ହତ୍ୟାରେ ଧରାପଡ଼ି ନାହାନ୍ତି କି ପ୍ରକୃତ ଦୋଷୀ ?ଗିରଫ ପୋଲିସ ଏଏସ୍ଆଇ ଗୋପାଳ ଦାସ ନୁହେଁ କି ପ୍ରକୃତ ଦୋଷୀ। ପ୍ରକୃତ ଦୋଷୀକୁ ଧରାଯାଇ ହେବ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନବ ଦାସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଭରସା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।ନବ ଦାସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଭରସା ପରେ ବଢ଼ିଲା ପ୍ରଶ୍ନ।ଉଚିତ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଧରାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରକୃତ ଦୋଷୀକୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ କହିଛନ୍ତି।ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ କିଏ ପ୍ରକୃତ ଦୋଷୀ ତାକୁ ନେଇ ବଢ଼ିଲା ଚର୍ଚ୍ଚା ।
ଅନ୍ୟପଟେ ଦୀପାଳି କହିଛନ୍ତି ଏ ଘଟଣାର ସିବିଆଇ ତଦନ୍ତ କରିବା ନେଇ ଆମ ପରିବାର ମୂଖ୍ୟମନ୍ତ୍ରୀଙ୍କୁ ଜନେଇଛୁ। ଆମର ଭରସା ରହିଛି ମୁଖ୍ୟମନ୍ତ୍ରୀଙ୍କ ଉପରେ। ତେବେ ଦେଖିବାର କଥା ଆଗକୁ କ୍ରାଇମବ୍ରାଞ୍ଚ କରୁଥିବା ସାନି ତଦନ୍ତ କେଉଁ ଦିଗରେ ତଦନ୍ତ କରୁଛି । ପ୍ରକୃତ ଦୋଷୀ କିଏ ଓ କେବେ ସାମ୍ନାକୁ ଆସୁଛି ତାରି ଉପରେ ସମସ୍ତଙ୍କ ନଜର ରହିଛି ।